Advertisment

Caste Violence Odisha: ସବର୍ଣ୍ଣ-ଅସବର୍ଣ୍ଣ ବିବାଦ; କରେଇଦେଲେନି ନୂଆବର୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ

କାମାକ୍ଷାନଗର ଥାନା ଜଗନ୍ନାଥପୁର ପଞ୍ଚାୟତ କଁଛିଆ ଗ୍ରାମରେ ଅସବର୍ଣ୍ଣ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ। ଅସବର୍ଣ୍ଣଙ୍କ ଦ୍ୱାରା ଆୟୋଜିତ ନୂଆବର୍ଷ ଅବସରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସବର୍ଣ୍ଣ ଗୋଷ୍ଠୀ ବିରୋଧ କରିବା ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

author-image
Pramod Behera
Caste Violence Odisha

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ Photograph: (OTV)

କାମାକ୍ଷାନଗର ଥାନା ଜଗନ୍ନାଥପୁର ପଞ୍ଚାୟତ କଁଛିଆ ଗ୍ରାମରେ ଅସବର୍ଣ୍ଣ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ। ଅସବର୍ଣ୍ଣଙ୍କ ଦ୍ୱାରା ଆୟୋଜିତ ନୂଆବର୍ଷ ଅବସରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସବର୍ଣ୍ଣ ଗୋଷ୍ଠୀ ବିରୋଧ କରିବା ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ କଁଛିଆ ଗ୍ରାମରେ ରହୁଥିବା ପ୍ରାୟ ଷାଠିଏ ଅସବର୍ଣ୍ଣ ଜାତିର ଲୋକମାନେ ନୂଆବର୍ଷ ଉପଲକ୍ଷେ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସାହିର କୁନିକୁନି ପିଲାଙ୍କୁ ନେଇ ଗୀତ, ନାଚ ଆଦି ପ୍ରତିଯୋଗିତା ହେଉଥିବା ବେଳେ ଗ୍ରାମର ପ୍ରାୟ କୋଡିଏରୁ ପଚିଶ ଜଣ ସବର୍ଣ୍ଣ ଲୋକ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ପହଞ୍ଚିଥିଲେ ଏବଂ ଅସବର୍ଣ୍ଣ ଲୋକମାନଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଧମକ ଦେଇଥିଲେ।

ପରେ କଥାବାର୍ତ୍ତା ଉଚ୍ଚବାଚ ସ୍ଥିତିକୁ ଯାଇଥିବା ବେଳେ ସବର୍ଣ୍ଣ ଗୋଷ୍ଠୀର ଲୋକମାନେ ଅତର୍କିତ ଭାବେ ଅସବର୍ଣ୍ଣଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ପନ୍ଦରରୁ ଅଧିକ ଅସବର୍ଣ୍ଣ ଲୋକଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏହାପରେ ଅସବର୍ଣ୍ଣ ଗୋଷ୍ଠିର ଶତାଧିକ ପୁରୁଷ ଓ ମହିଳା କାମାକ୍ଷାନଗର ଥାନାରେ ପହଞ୍ଚି ନ୍ୟାୟ ଦାବି କରିବା ସହ ମାଡ଼ ମାରିଥିବା ଲୋକଙ୍କୁ ଗିରଫ କରିବା ପାଇଁ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେମାନେ ଏହା ମଧ୍ୟ କହିଛନ୍ତି ଯେ ସବର୍ଣ୍ଣ ଗୋଷ୍ଠୀର ଲୋକମାନେ ଅସବର୍ଣ୍ଣଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଥିବା ବେଳେ ସେମାନେ ଭୟରେ ଅଛନ୍ତି। 

Advertisment
New Year Clash Kamakhyanagar
Advertisment
Advertisment