Advertisment

New Year Celebration Ends in Tragedy: ଦୁଃଖ ଦେଲା ନୂଆବର୍ଷ; ଦୁର୍ଘଟଣାରେ ମହିଳା ଓ ଦୁଇ ଶିଶୁ ମୃତ

ଆସିଥିଲେ ଖୁସି ମନାଇବାକୁ, ଦୁଃଖ ଦେଇ ଚାଲିଗଲେ। ସ୍ୱାମୀଙ୍କ ସହିତ ପାଳିଲେ ଶେଷ ନୂଆବର୍ଷ। ଆଉ ଆସିବନି ଏମିତି ଦିନ କି ସ୍ୱାମୀ ସହ କରିବେନି ହସ-ଖୁସି। କାରଣ ସେ ଆଜି ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି।

author-image
Pramod Behera
New Year Celebration Ends in Tragedy

ଦୁଃଖ ଦେଲା ନୂଆବର୍ଷ; ଦୁର୍ଘଟଣାରେ ମହିଳା ଓ ଦୁଇ ଶିଶୁ ମୃତ Photograph: (OTV)

ଆସିଥିଲେ ଖୁସି ମନାଇବାକୁ, ଦୁଃଖ ଦେଇ ଚାଲିଗଲେ। ସ୍ୱାମୀଙ୍କ ସହିତ ପାଳିଲେ ଶେଷ ନୂଆବର୍ଷ। ଆଉ ଆସିବନି ଏମିତି ଦିନ କି ସ୍ୱାମୀ ସହ କରିବେନି ହସ-ଖୁସି। କାରଣ ସେ ଆଜି ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି।

Advertisment

ଗଜପତି କୋରଲାମ ଛକ ନିକଟରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଶିଶୁଙ୍କ ଜୀବନ ଯାଇଛି। ଭୟଙ୍କର ଦୁର୍ଘଟଣାରେ ଲିଭିଯାଇଛି ଜୀବନ ଦୀପ। ମୃତକ ହେଲେ ଭାଇଜାକ ଆର୍ମି ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିଅର କନକଲତା ହାଁସଦା ଏବଂ ତାଙ୍କର ୩ ମାସର ପୁଅ ସଂଗ୍ରାମ ମୁର୍ମୁ ଓ ଝିଅ ଆଦ୍ୟାଶା ମୁର୍ମୁ। ଏହି ଖବର ଜଣାପଡିବା ପରେ ତାଙ୍କ ଶ୍ୱଶୁର ଘର ଉଦଳା ଥାନା ଗୁଣ୍ଡୁରିଆସାହିରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। 

ସୂଚନା ମୁତାବକ ବୌଦ୍ଧରେ କାର୍ଯ୍ୟରତ ସ୍ୱାମୀ ହେମନ୍ତ ମୁର୍ମୁଙ୍କ ସହିତ ନୂଆ ବର୍ଷ ପାଳନ ପାଇଁ ସ୍ତ୍ରୀ କନକଲତା ଏବଂ ଦୁଇ ଶିଶୁ ଯାଇଥିଲେ। ହସ ଖୁସିରେ ନୂଆ ବର୍ଷ ପାଳି ସ୍ୱାମୀକୁ ଛାଡି ନିଜ କର୍ମ କ୍ଷେତ୍ର ଭାଇଜାକ ଫେରୁଥିଲେ କନକଲତା। ହେଲେ କୋରଲାମ ଛକରେ ଟ୍ରକଟିଏ ବେପରୁଆ ଭାବେ ଆସି କାର୍‌କୁ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। 

Advertisment
Tragedy Road Accident Deaths Udala
Advertisment
Advertisment