/odishatv-khabar/media/media_files/2025/11/01/job-2025-11-01-17-53-23.jpg)
job Photograph: (OTV)
ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ । ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଛି । ଇନଫୋଭ୍ୟାଲିରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିସିରେ ଉପସ୍ଥିତ ଥିଲେ ।
ପ୍ରକଳ୍ପରେ ୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା ରହିଛି । SiCSemର ପ୍ରକଳ୍ପ ହେଲେ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । "ମେକ୍ ଇନ୍ ଇଣ୍ଡିଆ" ଏବଂ "ଡିଜିଟାଲ୍ ଇଣ୍ଡିଆ" ର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।
ମୋବାଇଲ ଫୋନ, ଇଲେକଟ୍ରୋନିକ୍ସ ଉପକରଣର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସେମିକଣ୍ଡକ୍ଟର। ଟ୍ରାଞ୍ଜିଷ୍ଟର, ଡାୟୋଡ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ। ଏଥିପାଇଁ ଭାରତ ବିଶେଷ କରି ଚୀନ, ତାଇୱାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ ନିର୍ଭରଶୀଳ। ତେଣୁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସେମିକଣ୍ଡକକ୍ଟର ପ୍ରକଳ୍ପ, ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିବ ବୋଲି କୁହାଯାଉଛି।
ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ
ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଭୂମିପୂଜନ
ଇନଫୋଭ୍ୟାଲିରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିସିରେ ସାମିଲ
୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା
ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ
SiCSemର ପ୍ରକଳ୍ପ ହେଲେ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
Subhadra Yojana Portal: ଆଜିଠୁ ପୁଣି ସୁଭଦ୍ରା ଆବେଦନ, ୨୧ ବର୍ଷ ହୋଇଥିଲେ ମିଳିବ ସୁଭଦ୍ରା ଟଙ୍କା

Tragedy in Jajpur: ମୋ ଛୁଆ ତ ଆଉ ନାହିଁ , ଛାତି ଫାଟିଯାଉଛି.... ପୁଅ ଭଲ ପଢୁଥିଲା

Investing in Gold: ଡିଜିଟାଲ ଗୋଲ୍ଡ ବନାମ ଫିଜିକାଲ ଗୋଲ୍ଡ , କେଉଁଥିରେ ନିବେଶ ଅଧିକ ଲାଭଦାୟକ ?

Dolamani Majhi’s Inspiring Drive: ନୂଆପଡ଼ା ମୈଦାନରେ ଏମାନେ ହିରୋ ! ବଦଳାଇ ଦେବେ କି ଭୋଟ ବିକା ରାଜନୀତି ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)