Advertisment

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍। ଏହି ବିଲ୍ ଅନୁସାରେ ଜଣେ ଯଦି କୋଭିଡ୍ ଗାଇଡ ଲାଇନ୍ ଉଲ୍ଲଂଘନ କରେ, ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ଏଣିକି ଯଦି ମହାମାରୀ ସମୟରେ ରାଜ୍ୟ ସରକାର, ଯାହାବି ସ୍ୱାସ୍ଥ୍ୟ ସଂପର୍କିତ ସାମଗ୍ରୀ କିଣିବାକୁ ଚାହିଁବେ, ସେ ନେଇ ପୂର୍ଣ୍ଣ କ୍ଷମତା ସରକାରଙ୍କ […]

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

assembly

Advertisment

ଭୁବନେଶ୍ୱର: କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍। ଏହି ବିଲ୍ ଅନୁସାରେ ଜଣେ ଯଦି କୋଭିଡ୍ ଗାଇଡ ଲାଇନ୍ ଉଲ୍ଲଂଘନ କରେ, ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ଏଣିକି ଯଦି ମହାମାରୀ ସମୟରେ ରାଜ୍ୟ ସରକାର, ଯାହାବି ସ୍ୱାସ୍ଥ୍ୟ ସଂପର୍କିତ ସାମଗ୍ରୀ କିଣିବାକୁ ଚାହିଁବେ, ସେ ନେଇ ପୂର୍ଣ୍ଣ କ୍ଷମତା ସରକାରଙ୍କ ପାଖରେ ରହିବ। ଏଥିପାଇଁ କୌଣସି ପ୍ରୋସେସିଂ ରହିବ ନାହିଁ।

Advertisment

ତେବେ ବିଲ୍‌ରେ ଥିବା ଜୋରିମାନା ରାଶିକୁ କମ୍ କରିବାକୁ ବିରୋଧୀ ଦାବି କରିଥିଲେ। କିନ୍ତୁ କୌଣସି ପରିବର୍ତ୍ତନ ନ ହୋଇ ଗୃହରେ ବିଲ୍ ପାରିତ ହୋଇଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓଟିଭି ନାଁରେ ମାମଲା ପ୍ରସଙ୍ଗ ଉଠାଇଥିଲେ। ଜୟନାରାୟଣ କହିଥିଲେ,ବିଲ୍‌ରେ ବ୍ୟବସ୍ଥା ଅଛି, ଯିଏ ବିରୋଧ କରିବ ତା ନାଁରେ ଓଟିଭି ଭଳି ମାମଲା କରିଦେବେ। ଆଗାମୀ ଦିନରେ ବିରୋଧୀ ଦଳ ନାଁରେ ବି ମାମଲା କରିଦେବେ ବୋଲି ଜୟନାରାୟଣ କହିଥିଲେ।

ଏକ ଭାଇରାଲ ଅଡିଓ ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଓଟିଭିର କର୍ମଚାରୀଙ୍କୁ ବାରମ୍ବାର ଡାକି ଜେରା ମଧ୍ୟ କରିଥିଲା। ସେପଟେ ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ଏହି ବିଲ୍‌ର ଉଦ୍ଦେଶ୍ୟ ମହତ ଓ ଜନହିତକର ସଚେତନ କରି ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଚ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ