Advertisment

ଦାୟିତ୍ୱ ନେଲେ ନବନିଯୁକ୍ତ ଡିଜିପି ଅଭୟ

କଟକ  : ଓଡିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ପୁଲିସ ଅଧିକାରୀ ଅଭୟ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡି.ଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଓଡ଼ିଶା ସରକାର ଅବ୍ୟାହତି ଦେବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍ ଅଭୟ ନୂଆ […]

author-image
Pradesh Pratyush
ଦାୟିତ୍ୱ ନେଲେ ନବନିଯୁକ୍ତ ଡିଜିପି ଅଭୟ

police-3

କଟକ  : ଓଡିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ପୁଲିସ ଅଧିକାରୀ ଅଭୟ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି।

Advertisment

publive-imageପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡି.ଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଓଡ଼ିଶା ସରକାର ଅବ୍ୟାହତି ଦେବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍ ଅଭୟ ନୂଆ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ଅନ୍ତରୀଣ ଡିଜି ଭାବେ କାର୍ଯ୍ୟ କରୁଥିଲେ। କମ୍ ସମୟ ନିର୍ଦ୍ଦେଶକ ଭାବେ କାମ କରିବା ଭିତରେ ଅଭୟ ଜାତୀୟ ପୁଲିସ ଏକାଡେମୀରେ ନିଜର ଛାପ ଛାଡିଯାଇଛନ୍ତି। ସେ ସେଭେଣ୍ଟି RR ଏବଂ ସେଭେଣ୍ଟି ଓ୍ୱାନ୍ RR ବ୍ୟାଚର ଆଇପିଏସ୍ ପ୍ରୋବେସନ୍‌ରଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

Advertisment
Advertisment