Advertisment

କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି। ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ […]

author-image
Rajalaxmi Sahoo
କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ

corona

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସମସ୍ତ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମାବଳୀରେ ନିର୍ଦ୍ଦେଶ ଦିଆଯାଇଛି।

  • ଅଫିସର ସମସ୍ତ କର୍ମଚାରୀ ଓ ଅଧିକାରୀ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କଲେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
  • ସେହିପରି ଅଫିସରେ ବସିବା ବେଳେ ସାମାଜିକ ଦୂରତା ଯେପରି ନିଶ୍ଚୟ ବଜାୟ ରହିବ, ତାକୁ ସମସ୍ତେ ପ୍ରାଧାନ୍ୟ ଦେବେ। ବିଭାଗୀୟ ଡ୍ରାଇଭର , ସୁରକ୍ଷାକର୍ମୀ ଓ ଜଗୁଆଳି ସମସ୍ତେ ମାସ୍କ ପିନ୍ଧିବେ। ନିୟମିତ ହାତ ଧୋଇବେ ଓ ସାମାଜିକ ଦୂରତା ନିଶ୍ଚିତ ବଜାୟ ରଖିବାକୁ ଏଥିରେ କୁହାଯାଇଛି।
  • ସେହିପରି ଅଫିସ ପରିସରରେ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହା କର୍ମଚାରୀ ଓ ଭିଜିଟରଙ୍କ ପାଇଁ ମଧ୍ୟ ଲାଗୁ ହେବ। ଯଦି କେହି ଏହାର ଖିଲାପ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
  • ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବୟସ୍କ କର୍ମଚାରୀ, ଗର୍ଭବତୀ କର୍ମଚାରୀ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ନ ଆସିବାକୁ କୁହାଯାଇଛି। ଅଫିସରେ ଲିଫ୍ଟ ବ୍ୟବହାର ନ କରି ଶିଢ଼ିରେ ଯିବାକୁ ପରାମର୍ଶ ଦିଆଯାଇଛି। ସବୁବେଳେ ହାତ ଲାଗୁଥିବା ଉପକରଣକୁ ସର୍ବଦା ସାନିଟାଇଜ ହେବ।
  • ଓ୍ୱାର୍କଷ୍ଟେସନ,keyboard, ଟେଲିଫୋନ୍, ଶିଢ଼ି ରେଲିଂ, ଡୋର୍‌ ହ୍ୟାଣ୍ଡେଲ ଆଦି ସ୍ଥାନକୁ ସାବୁନ କିମ୍ବା ବିଶୋଧକ ସାମଗ୍ରୀରେ ସଫା ହେବ। ଯଥା ସମ୍ଭବ ଅନ୍ୟର ମୋବାଇଲ୍, ଡେସ୍କ ଓ ଅନ୍ୟ ବ୍ୟବହାର ସାମଗ୍ରୀ ଠାରୁ ଦୂରେଇ ରହିବାକୁ ପରାମର୍ଶ।
  • ଲିଫ୍ଟ ଭିତରେ ୪ରୁ ଅଧିକ ଲୋକ ଯିବାକୁ ବାରଣ କରାଯାଇଛି।
Advertisment
Odisha Corona Guidelines
Advertisment
Advertisment