Advertisment

ଆଜି ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଲୋକାଲ୍ କେସ୍ ରହିଛି। ଆଜି ୨୯ ଜିଲ୍ଲାରୁ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼- ୧୪୭, ବାଲେଶ୍ୱର- ୧୩୦, କଟକରୁ ୧୧୭, କୋରାପୁଟ- ୯୧, କନ୍ଧମାଳ- ୯୦, ମୟୂରଭଞ୍ଜରୁ ୮୦ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

ଅଦ୍ୟତନ ହୋଇଛି
ଆଜି ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

corona

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଲୋକାଲ୍ କେସ୍ ରହିଛି।

Advertisment

ଆଜି ୨୯ ଜିଲ୍ଲାରୁ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼- ୧୪୭, ବାଲେଶ୍ୱର- ୧୩୦, କଟକରୁ ୧୧୭, କୋରାପୁଟ- ୯୧, କନ୍ଧମାଳ- ୯୦, ମୟୂରଭଞ୍ଜରୁ ୮୦ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁର- ୭୫, ଭଦ୍ରକ- ୭୩, କେନ୍ଦୁଝର- ୭୨, ସୁନ୍ଦରଗଡ଼ରୁ ୬୪, ମାଲକାନଗିରି- ୫୫, ବୌଦ୍ଧ ଓ ସମ୍ବଲପୁରରୁ ୫୩ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ବରଗଡ଼- ୫୧, ଗଜପତି- ୪୨, ପୁରୀ- ୪୦, ଢେଙ୍କାନାଳରୁ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର- ୨୬, ସୁବର୍ଣ୍ଣପୁର- ୨୪, କଳାହାଣ୍ଡିରୁ ୨୧ ଚିହ୍ନଟ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ନବରଙ୍ଗପୁରରୁ ମଧ୍ୟ ୧୪, ଝାରସୁଗୁଡ଼ା- ୧୩, ନୂଆପଡ଼ାରୁ ୮ ଜଣ, କେନ୍ଦ୍ରାପଡ଼ା- ୭ ଓ ଅନୁଗୁଳରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍‌ କରି ଜଣାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୬୪ ହଜାର ୫୩୩କୁ ବୃଦ୍ଧି ପାଇଛି। ସେହଭିଳ କରୋନାରୁ  ମୋଟ ୪୩,୭୭୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍- ୨୦,୩୩୯ ରହିଛି।

Advertisment

ଅନ୍ୟପଟେ ଆଜି ୯ ଜଣଙ୍କ ଜୀବନ ନେଇଛି କରୋନା। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ଦୁଇ ଓ ସମ୍ବଲପୁରରୁ, ମାଲକାନଗିରି, ଖୋର୍ଦ୍ଧା ଓ ବାଲେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ