Advertisment

ହ୍ୱାଟ୍ସଆପରେ ଭାଇରାଲ୍ ହେଉଛି ପରୀର ପ୍ରେତାତ୍ମା ଭିଡିଓ!

ନୟାଗଡ଼: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଏହି ଭିଡିଓରେ ଜଣେ ମହିଳାଙ୍କ ଠାରେ ପରୀର ପ୍ରେତାତ୍ମା ସବାର୍ ହୋଇଥିବା ସଂପୃକ୍ତ ମହିଳା ଜଣକ କହୁଛନ୍ତି। ଆଉ ମହିଳା ଜଣକ କିଭଳି ପରୀକୁ ଅପହରଣ କରି ହତ୍ୟା କରାଗଲା ତାହା କହୁଥିବା ଦେଖିବାକୁ ମିଳୁଛି। ଗତ ୧୪ ତାରିଖ ଦିନ ୧୦ଟାରେ ପରୀ ଗାଁ […]

author-image
Ranjeet Kumar Jena
ହ୍ୱାଟ୍ସଆପରେ ଭାଇରାଲ୍ ହେଉଛି ପରୀର ପ୍ରେତାତ୍ମା ଭିଡିଓ!

kidna

ନୟାଗଡ଼: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଏହି ଭିଡିଓରେ ଜଣେ ମହିଳାଙ୍କ ଠାରେ ପରୀର ପ୍ରେତାତ୍ମା ସବାର୍ ହୋଇଥିବା ସଂପୃକ୍ତ ମହିଳା ଜଣକ କହୁଛନ୍ତି।

Advertisment

ଆଉ ମହିଳା ଜଣକ କିଭଳି ପରୀକୁ ଅପହରଣ କରି ହତ୍ୟା କରାଗଲା ତାହା କହୁଥିବା ଦେଖିବାକୁ ମିଳୁଛି। ଗତ ୧୪ ତାରିଖ ଦିନ ୧୦ଟାରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରିନେଇଥିଲେ। ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।

ଅପହରଣର ୧୦ ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର କେତେଖଣ୍ଡ ହାଡ଼ ମିଳିଥିଲା। ପୋଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନାହିଁ। ସେପଟେ ଏହି ମାମଲା ନେଇ ନୟାଗଡ଼ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
Advertisment