Advertisment

ନୟାଗଡ ନାବାଳିକା ହତ୍ୟା ମାମଲା: ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥଲା SIT

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲା ରେ ଦାଖଲ ହୋଇଛି ଚାର୍ଜସିଟ୍‌। ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍ଆଇଟି ଉକ୍ତ ମାମଲାର ଚାର୍ଜସିଟ୍ ଦାଖଲ କରିଛି। ସୂଚନାଥା ଥାଉ କି, […]

ନୟାଗଡ ନାବାଳିକା ହତ୍ୟା ମାମଲା: ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥଲା SIT

pari

Advertisment

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲା ରେ ଦାଖଲ ହୋଇଛି ଚାର୍ଜସିଟ୍‌। ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍ଆଇଟି ଉକ୍ତ ମାମଲାର ଚାର୍ଜସିଟ୍ ଦାଖଲ କରିଛି।

Advertisment

ସୂଚନାଥା ଥାଉ କି, ପୂର୍ବରୁ ଜୁଭିନାଲ୍ ଜଷ୍ଟିସ୍ ବୋର୍ଡରେ ଥିବା ମାମଲାକୁ ଚିଲ୍‌ଡେନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ନୟାଗଡ଼ର ନାବାଳିକା ହତ୍ୟା ମାମଲାରେ ସେହି ଗାଁର ଜଣେ ନାବାଳକ ଗିରଫ ହୋଇଛି।  ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା ଏସ୍ଆଇଟି। ଏହାପରେ ଅଭିଯୁକ୍ତଙ୍କ ଓକିଲଙ୍କ ବଳିଷ୍ଠ ପ୍ରମାଣ ପରେ ସେ ନାବାଳକ ବୋଲି ପ୍ରମାଣିତ ହୋଇଥିଲା॥

ସୂଚନାଥାଉ କି, ଦାଣ୍ଡରେ ଖେଳୁଥିବା ସମୟରେ ପରୀକୁ ଅପହରଣ କରି ନିଆଯାଇଥିଲା। ଏହାର କିଛି ଦିନ ପରେ ପରୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ପରୀର ଅଙ୍ଗ କାଢି ନିଆଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ହତ୍ୟାକାରୀକୁ ଧରିବା ପାଇଁ ପରିବାର ଲୋକେ ଥାନା, ପ୍ରଶାସନର ଦ୍ୱାରସ୍ଥ  ହୋଇ ନିରାଶ ହେବା ପରେ ଶେଷରେ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ। ଏହା ପରେ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି  ସକ୍ରିୟ ହୋଇ ଉଠିଥିଲା।
ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ।  ପରେ ମୁଖ୍ୟମନ୍ତ୍ରୀ  କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ SIT  ମୁଖ୍ୟ ଥିବା ଅରୁଣ ବୋଥ୍ରା ପ୍ରେସ୍‌ ମିଟ୍‌ ଡାକି ପରୀର ପଡୋଶୀ ଜଣେ ନାବାଳକଙ୍କୁ ଦୋଷୀ ବୋଲି  କହିଥିଲେ। ହେଲେ ପରିବାର ଲୋକେ ଏହାର ଖଣ୍ଡନ କରିଥିଲେ।

Advertisment

ଏପରିକି ଅଭିଯୁକ୍ତ ନାବାଳକ ହୋଇଥିଲେ ମଧ୍ୟ SIT ତାଙ୍କୁ ସାବାଳକ ଦର୍ଶଇଥିଲା ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହିଥିଲେ ଅରୁଣ ବୋଥ୍ରା। ଅନ୍ୟପକ୍ଷେ ବୋଥ୍ରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।

ପ୍ରମାଣ ସାଉଁଟିବା ପାଇଁ ପୋଖରୀ ମଧ୍ୟ ଶୁଖାଇଥିଲା ତଦନ୍ତକାରୀ ଟିମ୍‌। ପୋଖରୀ ଭିତରୁ ଏକ ଲେଗିଙ୍ଗସ୍ ପାଇ ତାହାକୁ ନାବାଳିକାର ବୋଲି ଦର୍ଶାଇଥିଲା। ହେଲେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରି ଓକିଲ  ଅଭିଯୁକ୍ତକୁ ନାବାଳକ ବୋଲି ଦାବି କରିଥିଲେ ।  ପରେ  ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଥିଲେ ପୋକ୍ସୋ କୋର୍ଟ।

Advertisment
Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ