Advertisment

ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀ ମୃତ !

ମାଲକାନଗିରି : ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ […]

author-image
Pradesh Pratyush
ଗ୍ରାମବାସୀଙ୍କ ଆକ୍ରମଣରେ ମାଓବାଦୀ ମୃତ !

mao

ମାଲକାନଗିରି : ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି ।

Advertisment

publive-imageଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ ଆସି ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଗ୍ରାମବାସୀଙ୍କୁ କହିଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ମାଓବାଦୀ ମାନଙ୍କ ସହ ବଚସା ହୋଇ ଥିଲା। ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଗ୍ରାମବାସୀ ଟେକାସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ମାଓବାଦୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ କାମ ହୋଇଥିଲା। ତେବେ ଏହାକୁ ମାଓବାଦୀମାନେ କଡା ବିରୋଧ କରିଥିଲେ।

Advertisment
Advertisment