/odishatv-khabar/media/post_attachments/uploadimage/library/16_9/16_9_0/jaga-kalia-up_1626416937.jpg)
jaga-kalia-up
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ କନ୍ଧମାଳର ଜଗା କାଳିଅାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ନବୀନ ଚିଠି ଲେଖି ଉଭୟଙ୍କ ଚିକିତ୍ସା ଜାରି ରଖିବାକୁ କହିଛନ୍ତି। ଯେ ପର୍ଯ୍ୟନ୍ତ ଉଭୟେ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଚିକିତ୍ସା କରାଯାଉ ବୋଲି ନବୀନ କହିଛନ୍ତି।
Advertisment
ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଜଣାଇଛନ୍ତି ନବୀନ। ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର ଏହି ଦୁଇ ଶିଶୁ ଜଗା କାଳିଅାଙ୍କ ସମ୍ପର୍କରେ ଓଟିଭି ପ୍ରଥମେ ଖବର ପ୍ରସାରଣ କରିଥିଲା। ଏହାପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ।
ଉଭୟଙ୍କୁ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରି ଅଲଗା କରାଯାଇଛି। ବର୍ତ୍ତମାନ ଜଗା କାଳିଅା ସୁସ୍ଥ ଅଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)