Advertisment

Paddy Procurement Odisha: ଧାନ ବିକ୍ରିରେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ନବୀନଙ୍କ ଚିଠି

ଧାନ ବିକ୍ରିରେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ନବୀନଙ୍କ ଚିଠି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି। ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫ରୁ ୭ କେଜି କଟନୀ-ଛଟନୀ ପରିତାପର ବିଷୟ।

author-image
Pramod Behera
Paddy Procurement Odisha

ଧାନ ବିକ୍ରିରେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ନବୀନଙ୍କ ଚିଠି Photograph: (OTV)

ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ନବୀନଙ୍କ ଚିଠି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟଙ୍କ ଚିଠି ଲେଖିଛନ୍ତି । ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି । ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫ରୁ ୭ କେଜି କଟନୀ-ଛଟନୀ ପରିତାପର ବିଷୟ । ମିଲର-ଅଧିକାରୀ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କୁ ସେମାନଙ୍କ ମୂଲ୍ୟ ମିଳୁନି । ଇନପୁଟ ସବସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ସଂକଳ୍ପ ପତ୍ରର ଉଲ୍ଲଙ୍ଘନ ହୋଇଛି। ଏହି ସିଲିଙ୍ଗ୍ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ସ୍ୱରୁପ । 

Advertisment

ଏପଟେ ନବୀନଙ୍କ ଚିଠି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । କହିଛନ୍ତି ଯେଉଁମାନେ ଧାନକିଣା କଥା କହୁଛନ୍ତି, ସେମାନଙ୍କର କହିବାର ଅଧିକାର ନାହଁ। ଧାନକିଣାକୁ ସହଜ ଓ ସରଳ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିଛନ୍ତି। ସେମାନେ ଅଧିକ ୫୦ କି ୧୦୦ ଦେଇ ପାରିଲେନି, ଆମେ ୮ ଶହ ଦେଉଛୁ ।

  • ଧାନ ବିକ୍ରିରେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ନବୀନଙ୍କ ଚିଠି
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି
  • ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି
  • ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫ରୁ ୭ କେଜି କଟନୀ-ଛଟନୀ ପରିତାପର ବିଷୟ
  • 'ମିଲର-ଅଧିକାରୀ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କୁ ସେମାନଙ୍କ ମୂଲ୍ୟ ମିଳୁନି'
  • ଇନପୁଟ ସବ୍ ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ସଂକଳ୍ପ ପତ୍ରର ଉଲ୍ଲଙ୍ଘନ
  • ଏହି ସିଲିଙ୍ଗ୍ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ସ୍ୱରୁପ
Advertisment
Farmers' Issues Naveen Pattnaik Odisha News
Advertisment
Advertisment