Advertisment

‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର:  ରୁବେନ୍‌ ବାନାର୍ଜିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଲୋହିଆ ଭବନରେ ଏହାର ଉନ୍ମୋଚନ କରାଯାଇଛି। ସାହିତ୍ୟିକ ଅଶୋକ ମିଶ୍ର ଏହି ଓଡ଼ିଆ ପୁସ୍ତକକୁ ଅନୁବାଦ କରିଛନ୍ତି। ଇଂରାଜୀ ପୁସ୍ତକରେ ଯାହା ଥିଲା, ସେହି ସମାନ ତଥ୍ୟ ଓଡ଼ିଆ ଅନୁବାଦ ପୁସ୍ତକରେ ମଧ୍ୟ ଅଛି। ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି। ଏହି ପୁସ୍ତକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନୀ ସହ ଅନେକ […]

author-image
Sangita Sahu
‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚନ

book

ଭୁବନେଶ୍ୱର:  ରୁବେନ୍‌ ବାନାର୍ଜିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଲୋହିଆ ଭବନରେ ଏହାର ଉନ୍ମୋଚନ କରାଯାଇଛି।

Advertisment

ସାହିତ୍ୟିକ ଅଶୋକ ମିଶ୍ର ଏହି ଓଡ଼ିଆ ପୁସ୍ତକକୁ ଅନୁବାଦ କରିଛନ୍ତି। ଇଂରାଜୀ ପୁସ୍ତକରେ ଯାହା ଥିଲା, ସେହି ସମାନ ତଥ୍ୟ ଓଡ଼ିଆ ଅନୁବାଦ ପୁସ୍ତକରେ ମଧ୍ୟ ଅଛି। ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି। ଏହି ପୁସ୍ତକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନୀ ସହ ଅନେକ ରୋଚକ ତଥ୍ୟ ରହିଛି।

ଉନ୍ମୋଚନ ଉତ୍ସବରେ ପ୍ରତିଷ୍ଠିତ କଥାକାର ବିଭୁତି ପଟ୍ଟନାୟକ, ସାମ୍ବାଦିକ ରବି ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Advertisment
Advertisment
Advertisment