Advertisment

ଆଜି ଜୟପୁର ଆସିବେ ମୋଦି

ଜୟପୁର(ଟି.ଗୌରୀ ଶଙ୍କର): ଆଜି ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ କୋରାପୁଟ ଜିଲ୍ଲାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସାଧାରଣ ଲୋକେ ବେଶ୍ ଉତ୍ସାହୀତ ଅଛନ୍ତି। ସକାଳ ସାଢେ ୯ଟାରେ ମୋଦି ଜୟପୁର ସଦର ଥାନା ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସେ ସାଧାରଣ ସଭାରେ ଯୋଗ ଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି […]

ଆଜି ଜୟପୁର ଆସିବେ ମୋଦି

201451384835288734_20

Advertisment

ଜୟପୁର(ଟି.ଗୌରୀ ଶଙ୍କର): ଆଜି ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ କୋରାପୁଟ ଜିଲ୍ଲାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସାଧାରଣ ଲୋକେ ବେଶ୍ ଉତ୍ସାହୀତ ଅଛନ୍ତି। ସକାଳ ସାଢେ ୯ଟାରେ ମୋଦି ଜୟପୁର ସଦର ଥାନା ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସେ ସାଧାରଣ ସଭାରେ ଯୋଗ ଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବହୁ ବରିଷ୍ଠ ବିଜେପି ନେତା ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଗତକାଲି ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ତଦାରଖ କରିଥିଲେ। ମୋଦିଙ୍କ ଗସ୍ତକୁ ନେଇ ପୁଲିସ୍‌ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ