Advertisment

ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ  କଂଗ୍ରେସ ପ୍ରଶ୍ନ ଉଠାଇଛି। ନଳିନୀଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକଂପା ପ୍ରମାଣିତ କରିଛି ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ […]

author-image
Jyotsnamayee Pradhan
ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

congress

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ  କଂଗ୍ରେସ ପ୍ରଶ୍ନ ଉଠାଇଛି। ନଳିନୀଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକଂପା ପ୍ରମାଣିତ କରିଛି ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି।

Advertisment

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ କରୁଥିଲେ। ନଳିନୀଙ୍କ ସମୟରେ ହିଁ ରାଜ୍ୟରେ ସବୁଠାରୁ ଅଧିକ ପୋଲ ଭୁଶୁଡ଼ି ଥିଲା ଏବଂ ପୂର୍ତ୍ତ ବିଭାଗର ୧୫ ଶହ କୋଟି ଟଙ୍କାର କାମ ଇ-ଟେଣ୍ଡର କରାଯାଇ ନଥିଲା।

ନଳିନୀ ବିଜେଡିକୁ ଅଘୋଷିତ ପିସି ପ୍ରଦାନ କରି ପୁରସ୍କୃତ ହୋଇଥିବା ସତ୍ୟପ୍ରକାଶ ଅଭିଯୋଗ କରିଛନ୍ତି।

Advertisment

Advertisment
Advertisment