/odishatv-khabar/media/post_attachments/uploadimage/library/16_9/16_9_0/sadashiv_1625345252.jpg)
sadashiv
ନବରଙ୍ଗପୁର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉଜଣେ ବିଧାୟକ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ସେ ନୁହନ୍ତି, ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ତଳେ ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା ଏବଂ ସେ ଅସୁସ୍ଥ ଅନୁଭୂତ କରିଥିଲେ। ଏହି କାରଣରୁ ଉଭୟ ସଦାଶିବ ଏବଂ ତାଙ୍କ ପତ୍ନୀଙ୍କର ଟେଷ୍ଟ କରାଯାଇଥିଲା।
ରିପୋର୍ଟ ଆସିବା ପରେ ଉଭୟଙ୍କର ପଜିଟିଭ୍ ଆସିଥିବା ଜଣା ପଡ଼ିଛି। ଏବେ ଦୁହେଁ ସୁସ୍ଥ ଥିବା ବେଳେ ହୋମ ଆଇସୋଲେସନରେ ରହିଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ଟେଷ୍ଟ କରାଇବାକୁ ସଦାଶିବ ପରାମର୍ଶ ଦେଇଛନ୍ତି।
ଏହା ପୂର୍ବରୁ ନବରଙ୍ଗପୁର ସାଂସାଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ୍ ୧ ହଜାର ୭୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ହଜାର ୧୨୫ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ୬୨୨ ଆକ୍ଟିଭ କେସ୍ ଥିବା ବେଳେ ୫୧୧ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)