farmer
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି ମତେ ସହଯୋଗ କରିବ ନାହିଁ ନବନିର୍ମାଣ କୃଷକ ସଂଗଠନ। ଏନେଇ ଆଜି ସଂଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି,“ ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ ନିର୍ବାଚନକୁ ବିରୋଧ କରିବେ। ସମ୍ପୂର୍ଣ୍ଣ ଅହିଂସାତ୍ମକ ଢଙ୍ଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା ଓ ଚାଷୀଙ୍କୁ ସମ୍ମାନ ଦାବି ନେଇ ସଂଗଠନ ବାରମ୍ବାର ଦାବି କରୁଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ସଙ୍ଗଠନ ଏଭଳି ପଦକ୍ଷେପ ନେଇଛି।”
ଅକ୍ଷୟ କହିଛନ୍ତି, “ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରାଯିବ। ଏନେଇ ଆସନ୍ତା ୧୩ ଓ ୧୪ ତାରିଖରେ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ହେବ।”
ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟକୁ ଲାଗୁ କରିବା ଦାବିରେ ଚାଷୀସମୂହ ବହୁବାର ଆନ୍ଦୋଳନ କରିଛନ୍ତି। ରାଜଧାନୀରେ ଏନେଇ ପ୍ରବଳ ବିରୋଧ ବି ହୋଇଛି। ହେଲେ ସରକାର ଏଥିପ୍ରତି କର୍ଣ୍ଣାପାତ କରିନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/farmer-123_1626757339.jpg)