Advertisment

Sarthak Mahapatra Missing Mystery Deepens: ବଢୁଛି ସାର୍ଥକ ମହାପାତ୍ର ନିଖୋଜ ରହସ୍ୟ; ଜାହାଜ କମ୍ପାନୀ ବିରୋଧରେ ସଂଗୀନ ଅଭିଯୋଗ

ବଢୁଛି ସାର୍ଥକ ମହାପାତ୍ର ନିଖୋଜ ରହସ୍ୟ। ଜାହାଜ କମ୍ପାନୀ ବିରୋଧରେ ସଂଗୀନ ଅଭିଯୋଗ। ସାର୍ଥକଙ୍କୁ ଖୋଜିବାରେ ସହଯୋଗ କଲାନି ବିମାନ କମ୍ପାନୀ। ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିବାକୁ ଦେଲେନି। ଜାହାଜ ଭିତରେ ଯାଞ୍ଚ କରିବାକୁ ଅନୁମତି ମିଳିଲାନି।

author-image
Pramod Behera
Sarthak Mahapatra Missing Mystery Deepens

ବଢୁଛି ସାର୍ଥକ ମହାପାତ୍ର ନିଖୋଜ ରହସ୍ୟ Photograph: (OTV)

ବଢୁଛି ମର୍ଚ୍ଚାଣ୍ଟ ନେଭି କ୍ୟାପଟେନ୍ ସାର୍ଥକ ମହାପାତ୍ର ନିଖୋଜ ରହସ୍ୟ। ଜାହାଜ କମ୍ପାନୀ ବିରୋଧରେ ସଂଗୀନ ଅଭିଯୋଗ ଆଣି କ୍ରିମିନାଲ୍ ଇନଭେଷ୍ଟିଗେସନ୍ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁ। ସାର୍ଥକଙ୍କୁ ଖୋଜିବାକୁ ଯାଇଥିବାବେଳେ କିଭଳି କମ୍ପାନୀ କର୍ତ୍ତୃପକ୍ଷ ଘଟଣାକୁ ଚପାଇବାକୁ ଉଦ୍ୟମ ସହିତ ଯାଞ୍ଚ କରିବାରେ ବାଧାଦେଲେ, ସିଙ୍ଗାପୁରରୁ ଫେରି ଗୋଟି ଗୋଟି କରି କହିଛନ୍ତି ମାଆ ଓ ମାମୁ । 

Advertisment

ଏପଟେ ସାର୍ଥକଙ୍କ ନିଖୋଜ ପରଠୁ ସିସିଟିଭି ଯାଞ୍ଚ ନକରିବା ପ୍ରସଙ୍ଗ ବି ସନ୍ଦେହ ସୃଷ୍ଟି କରିଛି । ତେବେ କେଉଁ ସତକୁ ଲୁଚାଇବାକୁ ଜାହାଜ କମ୍ପାନୀ ଉଦ୍ୟମ କରୁଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ....

କେଡ଼େ ଆଶାରେ ସାତ ଦରିଆ ଡେଇଁ ନିଖୋଜ ଅଲିଅଳି ପୁଅକୁ ଖୋଜିବାକୁ ଯାଇଥିଲେ ମାଆ ରଶ୍ମିତା ମହାପାତ୍ର ଆଉ ମାମୁ ସନ୍ତୋଷ ସାହୁ। ହେଲେ ଫେରିଲେ ଖାଲି ହାତରେ, ନିରାଶ ମନରେ। ଯେଉଁ ଦୁଃଖ, ଆଶଙ୍କା ଆଉ ଭୟକୁ ଧରି ସିଙ୍ଗାପୁର ଯାଇଥିଲେ ସେଇ ବିବଶ ମନରେ ପୁଣି ଫେରିଛନ୍ତି ଓଡ଼ିଶାକୁ। ପୁଅର ଖୋଜଖବର ଦୂରେ ଥାଉ- ଭଲରେ ପଚରାଉଚରା କରିବାକୁ ବି ସୁଯୋଗ ଟିଏ ଦେଲାନି କମ୍ପାନୀ। 

Advertisment

ଭୁବନେଶ୍ବର ଫେରି ସିଙ୍ଗାପୁର ଜାହାଜର ସତ ଖୋଲିବା ସହିତ ଆଙ୍ଗ୍ ଲୋ ଇଷ୍ଟର୍ଣ୍ଣ କମ୍ପାନୀ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାର୍ଥକଙ୍କ ମାମୁ। କହିଛନ୍ତି, ଜାହାଜରେ କୌଣସି ପ୍ରକାର ସହଯୋଗ କରାଗଲାନି। ଜାହାଜ କର୍ମଚାରୀଙ୍କ ସହିତ କଥା ହେବାର ସୁଯୋଗ ବି ମିଳିଲାନି। ସବୁବେଳେ ଘେରିରହି ବାରମ୍ବାର ପ୍ରତିରୋଧ କରୁଥିଲେ କମ୍ପାନୀ କର୍ତ୍ତୃପକ୍ଷ। ସାର୍ଥକଙ୍କ କ୍ୟାବିନକୁ ଛାଡ଼ି ଅନ୍ୟ କେଉଁଠିକୁ ଯିବାର ଅନୁମତି ଦିଆଗଲାନି। ମାତ୍ର ୨ ଘଣ୍ଟା ପରେ ଜାହାଜରୁ ସେମାନଙ୍କୁ ଓହ୍ଲାଇ ଦିଆଗଲା। କୌଣସି କାଗଜପତ୍ରରେ ଦସ୍ତଖତ କରାଇବାକୁ ଉଦ୍ୟମ କରାଯାଉଥିଲା । 

ଏଯାଏଁ ସିସିଟିଭି ଯାଞ୍ଚ ମଧ୍ୟ କରାଯାଇନି। କମ୍ପାନୀ କର୍ତ୍ତୃପକ୍ଷ ଯେପରି ଖୋଜିବା କଥା ଖୋଜୁ ନାହାନ୍ତି। ଏଣୁ ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ସହିତ କ୍ରିମିନାଲ୍ ଇନଭେଷ୍ଟିଗେସନ୍ ପାଇଁ ଦାବି କରିଛନ୍ତି ସାର୍ଥକଙ୍କ ମାମୁ। 

ଏପଟେ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ ମଧ୍ୟ ସାର୍ଥକଙ୍କର କୌଣସି ପତ୍ତା ମିଳିନି। ଜାହାଜରେ ଥିବା ଅନ୍ୟ କ୍ରିଉ ମେମ୍ବରଙ୍କ କଥାରେ ତାଳମେଳ ବି ରହୁନି। ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ କରିଛନ୍ତି। କିନ୍ତୁ ସାର୍ଥକ କେଉଁଠି, ତାହା ଏବେ ବି ରହସ୍ୟ ଘେରରେ ? 

ଏଠି ପ୍ରଶ୍ନ- ଜାହାଜ ଭିତରେ ହିଁ ସାର୍ଥକଙ୍କ ସହିତ କିଛି ଅଘଟଣ ଘଟିଛି କି ? କାହିଁକି ସମ୍ପୂର୍ଣ୍ଣ ଜାହାଜରେ ଖୋଜିବାକୁ ଅନୁମତି ଦେଲାନି କମ୍ପାନୀ ? ଅନ୍ୟ କର୍ମଚାରୀଙ୍କ ସହ କଥାହେବାରେ କାହିଁକି ଦିଆଗଲା ବାଧା ? ଏଭଳି ମାଳମାଳ ପ୍ରଶ୍ନ ଭିତରେ ନିଖୋଜ ନାତିକୁ ଖୋଜି ଆଣିଦେବାକୁ ସରକାରଙ୍କୁ ଗୁହାରୀ କରିଛନ୍ତି ସାର୍ଥକଙ୍କ ଆଈ। 

ମରିସସ୍ ନିକଟ ଗଭୀର ସମୁଦ୍ରରୁ ସାର୍ଥକଙ୍କ ରହସ୍ୟଭରା ନିଖୋଜକୁ ୧୫ ଦିନ ବିତିଗଲାଣି। ହେଲେ ସାର୍ଥକଙ୍କ ସହିତ କଣ ଘଟିଛି-ତାହା ଏବେ ବି ଅସ୍ପଷ୍ଟ। ତେବେ ତମାମ ଅଭିଯୋଗ ନେଇ ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Odisha News Merchant Navy sarthak mohapatra merchant navy
Advertisment
Advertisment