Advertisment

ନାବାଳକ ଗାଡ଼ି ଚାଳକକୁ ୨୬ ହଜାର ଟଙ୍କା ଜରିମାନା

କଟକ  : ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ହେବ ଜୋରିମାନା। ଏଥିପାଇଁ ପରିବହନ ବିଭାଗ ଓ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ। ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଆଜି ଏମିତି ଏକ ଘଟଣା କଟକ ଜିଲ୍ଲାରୁ ଆସିଛି। ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। Parents of minor boy has been prosecuted to transport magistrate for […]

author-image
Pradesh Pratyush
ନାବାଳକ ଗାଡ଼ି ଚାଳକକୁ ୨୬ ହଜାର ଟଙ୍କା ଜରିମାନା

fine

କଟକ  : ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ହେବ ଜୋରିମାନା। ଏଥିପାଇଁ ପରିବହନ ବିଭାଗ ଓ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଚେତୁନାହାନ୍ତି ଲୋକେ। ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଆଜି ଏମିତି ଏକ ଘଟଣା କଟକ ଜିଲ୍ଲାରୁ ଆସିଛି। ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ।

Advertisment

ଆଜି ବାରଙ୍ଗ ରୋଡ୍‌ରେ ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବାରୁ ୧୦୦୦ ଟଙ୍କା ଜୋରିମାନା ଓ ଲାଇସେନ୍ସ ନଥିବାରୁ ୨୫,୦୦୦ ଟଙ୍କା ଜୋରିମାନା କରିଛନ୍ତି କଟକ ଆଡିସିନାଲ୍‌ ଆର୍‌ଟିଓ। ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଥିବା ଆର୍‌ଟିଓ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

Advertisment
Advertisment