/odishatv-khabar/media/post_attachments/uploadimage/library/16_9/16_9_0/୧୫_1626429141.jpg)
attack
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବୋଲାଣିପସି-କଣ୍ଟିଆପୋଡ଼ା ରାସ୍ତାରେ ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଭୀମସେନ ମହାନ୍ତ।
Advertisment
ଗତକାଲି ଦିନ ୩ଟା ବେଳେ ଭୀମସେନ ସାହାରାପୋଡ଼ାର ଦିଗପସିରୁ କେନ୍ଦୁଝର ଯିବାବେଳେ ୨ ଜଣ ଦୁର୍ବୃତ୍ତ ପଲସର ବାଇକ୍ରେ ଆସି ତାଙ୍କୁ ଠେଲି ଦେଇଥିଲେ। ଏହାସହ ବ୍ଲେଡ୍ ମଧ୍ୟ ମାରି ଦେଇଥିଲେ।
ତେବେ ଭୀମସେନ ହେଲ୍ମେଟ୍ ମାଧ୍ୟମରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୨ ଦୁର୍ବୃତ୍ତ ତାଙ୍କ ପର୍ସ ଓ ଟଙ୍କା ବ୍ୟାଗ୍ ନେଇଯାଇଥିଲେ।
Advertisment
ପର୍ସରେ ୫ ହଜାର ଓ ବ୍ୟାଗରେ ଥିବା ୧୮ ହଜାର ଟଙ୍କା ଲୁଟ୍ ହୋଇଥିବା ଭୀମସେନ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)