Advertisment

ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ପୁଲିସକୁ ବି ଛାଡ଼ିଲେନି

ଯାଜପୁର: ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳକୁ ଯାଇଥିବା ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିଛନ୍ତି ଆକ୍ରାଣକାରୀ। ଟେକାପଥର ମାଡ଼ରେ ପୋଲିସ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ୨ଟି ବାଇକ୍‌ ମଧ୍ୟ ଜାଳି ଦେଇଛନ୍ତି। ପାଣିକୋଇଲି ଥାନା ଅମୃତିଆ ଗାଁରେ ଏଭଳି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୪ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଯାଜପୁର […]

ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ପୁଲିସକୁ ବି ଛାଡ଼ିଲେନି

jajpur

Advertisment

ଯାଜପୁର: ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳକୁ ଯାଇଥିବା ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିଛନ୍ତି ଆକ୍ରାଣକାରୀ। ଟେକାପଥର ମାଡ଼ରେ ପୋଲିସ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ୨ଟି ବାଇକ୍‌ ମଧ୍ୟ ଜାଳି ଦେଇଛନ୍ତି। ପାଣିକୋଇଲି ଥାନା ଅମୃତିଆ ଗାଁରେ ଏଭଳି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୪ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ମିଳିଛି।

Advertisment

publive-image

ଅନ୍ୟପଟେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଉମାପଦା ଅଞ୍ଚଳରେ ଚାଲିଥିବା ଏକ ନକଲି ଲୁବ୍ରିକାଣ୍ଟ କାରଖାନାରୁ ୩ଶହ ଲିଟରରୁ ଅଧିକ ପରିମାଣର ନକଲି ଲୁବ୍ରିକାଣ୍ଟ ଓ ବିଭିନ୍ନ ସରଞ୍ଜାମ ଜବତ କରିଛି ଯାଜପୁର ରୋଡ଼ ପୋଲିସ। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ରେ ଏଠାରେ ନକଲି ଲୁବ୍ରିକାଣ୍ଟ ବା ମୋବିଲ୍ ପ୍ରସ୍ତୁତ କରାଯାଉଥିଲା।  ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ପଚରାଉଚରା ଚଳାଇଛି।

ଦୀର୍ଘ ପ୍ରାୟ ୪ ବର୍ଷ ହେବ ଉମାପଦା ଅଞ୍ଚଳରେ ବେଆଇନ ଭାବେ ଏହି ନକଲି ମୋବିଲ କାରଖାନା ଚାଲିଥିବା ସୂଚନା ମିଳିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ଅତର୍କିତ ଚଢ଼ାଉ କରିଥିଲା। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ