Advertisment

ନୟାପଲ୍ଲୀ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ନୟାପଲ୍ଲୀ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ନୂଆଦିଲ୍ଲୀରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ନୟାପଲ୍ଲୀ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ଅପରାଜିତା

vlcsnap-2021-06-26-18h18m48s932

ଭୁବନେଶ୍ୱର: ନୟାପଲ୍ଲୀ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ନୂଆଦିଲ୍ଲୀରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ର୍ନିମାଣ ପାଇଁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଥିଲା । ଏହା ପରେ ସେ ରାଜନାଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନୟାପଲ୍ଲୀ ଏବଂ ରାଜଧାନୀବାସୀଙ୍କ ତରଫରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Advertisment

publive-image

ବର୍ଷା ଦିନେ ନୟପଲ୍ଲୀ ଅଞ୍ଚଳ ବହୁ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହୁଥିଲା । ତେବେ ଏଥିପାଇଁ ଡ୍ରେନ୍‌ ନିର୍ମାଣ ହୋଇପାରୁନଥିଲା । ଭୁବନେଶ୍ୱର ସାଂସଦ ଏହି ସମସ୍ୟା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଡ୍ରେନ ଖୋଳିବା ନେଇ ଅନୁମତି ମିଳିଥିଲା । ଏହି ଅବସରରେ ସାଂସଦ ରାଜନାଥଙ୍କୁ ଦ୍ୱିତୀୟ ବର୍ଷର ବାର୍ଷିକ ରିପୋର୍ଟ କାର୍ଡ ପୁସ୍ତକ ମଧ୍ୟ ଅର୍ପଣ କରିଥିଲେ ଅପରାଜିତା ।

Advertisment
Advertisment