/odishatv-khabar/media/post_attachments/uploadimage/library/16_9/16_9_0/anu_1626691364.jpg)
anu
ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି।
କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଭବ ଏବେ ବି କଟକ କନ୍ଦରପୁର କଲେଜର +୩ ଛାତ୍ର। ବିନା ମାଇଗ୍ରେସନ୍ ସାର୍ଟିଫିକେଟ୍ରେ ଅନୁଭବ ଅନ୍ୟ ବିଶ୍ୱବିଦ୍ୟାଳୟରେ କେମିତି ପଢ଼ିଲେ ବୋଲି ଦଳ ପ୍ରଶ୍ନ କରିଛି।
ଅନ୍ୟପକ୍ଷରେ ୨୦୧୦ରେ ଶୋଭିତ୍ ୟୁନିଭର୍ସିଟିର ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। ତେଣୁ ସରକାରଙ୍କ ସ୍ୱୀକୃତି ନଥିବା ଏକ ବିଶ୍ୱ ବିଦ୍ୟାଳୟରେ ଅନୁଭବ କେମିତି ପାଠ ପଢୁଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଜାଲ ସାର୍ଟିଫିକେଟ ଦେଇ ଅନୁଭବ ନିର୍ବାଚନ ଲଢିଥିବା ଦର୍ଶାଇ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି। କଂଗ୍ରେସ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ଦିଷ୍ଟ ବୋଲି ସେ ପ୍ରେସ ରିଲିଜ୍ ମାଧ୍ୟମରେ ଜଣାଇଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସେ ସତ୍ୟପାଠରେ ସଂପୂର୍ଣ୍ଣ ସତ ତଥ୍ୟ ଦେଇଥିବା କହିଛନ୍ତି। କଂଗ୍ରେସ ରାଜ୍ୟରେ ପ୍ରାସଙ୍ଗିକତା ହରାଉଛି। କେନ୍ଦ୍ରାପଡ଼ାରେ ଅତି ଦୟନୀୟ ଭାବେ ହାରିଥିଲା। ଏଥିରେ ହତାଶ ହୋଇ ଏଭଳି ମନଗଢ଼ା ଅଭିଯୋଗ ଆଣିଥିବା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ଅନୁଭବ। ତେବେ ସେ କେଉଁ କଲେଜରୁ ସ୍ନାତକ ପାସ କରିଛନ୍ତି, ତାହା ସେ ସ୍ପଷ୍ଟ କରି ନାହାନ୍ତି।
MP Anubhav Mohanty Submitted False Affidavit About His Educational Qualifications: Congress https://t.co/DnKuijo9UW
— OTV (@otvnews) February 2, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)