Advertisment

ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଗତକାଲି କାଠମାଣ୍ଡୁରୁ କଳ୍ପନାଙ୍କ ମୃତଦେହକୁ ଧରି ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା ବିମାନ । ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା। ଆଜି ମରଶରୀର ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ନିଆଯିବ। ସକାଳ ୯ ଟା ୪୫ ମିନିଟ୍‌ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ରାଜ୍ୟ କ୍ରାଡ଼ା ବିଭାଗ ସୂତ୍ରରୁ ସୂଚନା ମିଳିଛି। […]

author-image
Rosalin Rath
ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

kalpana dash

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଗତକାଲି କାଠମାଣ୍ଡୁରୁ କଳ୍ପନାଙ୍କ ମୃତଦେହକୁ ଧରି ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା ବିମାନ । ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା। ଆଜି ମରଶରୀର ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ନିଆଯିବ।

Advertisment

ସକାଳ ୯ ଟା ୪୫ ମିନିଟ୍‌ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ରାଜ୍ୟ କ୍ରାଡ଼ା ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଶୁକ୍ରବାର କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହର ବ୍ୟବଛେଦ କରାଯାଇଥିଲା। ବ୍ୟବଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା ବେଳେ ଅଧା ରାସ୍ତାରେ କଳ୍ପନାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା।

Advertisment
Advertisment
Advertisment