/odishatv-khabar/media/post_attachments/uploadimage/library/16_9/16_9_0/imfa_1626685212.jpg)
imfa
ଭୁବନେଶ୍ୱର : ରାଉରକେଲାସ୍ଥିତ NIT ଏବଂ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ (IMFA) ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଚଳିତ ବର୍ଷଠାରୁ ମେଟାଲର୍ଜି ଏବଂ ମଟେରିଆଲ ଇଂଜିନିୟରିଂ ପାଠ୍ୟକ୍ରମର ଟପ୍ପରଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ। ଇମ୍ଫା ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ଏହି ଗୋଲ୍ଡ ମେଡାଲ ଦିଆଯିବ।
Advertisment
ଇମ୍ଫା ଭାଇସ୍ ପ୍ରେସିଡେଣ୍ଟ ଅଶୋକ ବେହେରା ଏବଂ ଏନ୍ଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ଅବସରରେ ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନିବେଶ ବିଶ୍ୱାସ ମଧ୍ୟ ଉପସ୍ଥିତ ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)