Advertisment

ଗୁମର ଖୋଲିବ ଆଦିତ୍ୟଙ୍କ ଡାଏରୀ ! ଲେଖା ହୋଇଥିଲା ଏମିତି କଥା...

ଭୁବନେଶ୍ୱର: “ମୋ ଭାଇ କେବେବି ଆତ୍ମହତ୍ୟା କରି ନ ଥିବ। ଏଇଟା ପୂରା ଭୁଲ୍‌। କାହିଁକି ନା ସେ ଆତ୍ମହତ୍ୟା‌ କରିବା ପିଲା ନୁହେଁ’ ଏଭଳି କିଛି କହିଛନ୍ତି ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଜଣେ ସମ୍ପର୍କୀୟ ଭାଇ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, “ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ପରେ ମୋ ଭାଇ(ଆଦିତ୍ୟ) ଡିପ୍ରେସନ୍‌ରେ ଥିଲେ। କାହିଁକି ନା ଏହି ଅଭିଯାନ ଆରମ୍ଭ ହେବା […]

author-image
Rajalaxmi Sahoo
ଗୁମର ଖୋଲିବ ଆଦିତ୍ୟଙ୍କ ଡାଏରୀ ! ଲେଖା ହୋଇଥିଲା ଏମିତି କଥା...

aditya das death

ଭୁବନେଶ୍ୱର: “ମୋ ଭାଇ କେବେବି ଆତ୍ମହତ୍ୟା କରି ନ ଥିବ। ଏଇଟା ପୂରା ଭୁଲ୍‌। କାହିଁକି ନା ସେ ଆତ୍ମହତ୍ୟା‌ କରିବା ପିଲା ନୁହେଁ’ ଏଭଳି କିଛି କହିଛନ୍ତି ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଜଣେ ସମ୍ପର୍କୀୟ ଭାଇ।

Advertisment

ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, “ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ପରେ ମୋ ଭାଇ(ଆଦିତ୍ୟ) ଡିପ୍ରେସନ୍‌ରେ ଥିଲେ। କାହିଁକି ନା ଏହି ଅଭିଯାନ ଆରମ୍ଭ ହେବା ପରଠୁ ତାଙ୍କ ନିକଟକୁ ଧମକ ପୂର୍ଣ୍ଣ ଫୋନ୍‌ କଲ୍ ଆସୁଥିଲା। ଖାଲି ତାଙ୍କୁ ନୁହେଁ ମୋତେ ମଧ୍ୟ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଥିଲା। ମୋ ଭାଇକୁ ଉଡେଇ ଦେବେ ବୋଲି ଧମକ ଦିଆଯାଇଥିଲା।”

ଆଦିତ୍ୟଙ୍କ ଏକ ଡାଏରୀ ମିଳିଛି। ଏହି ଡାଏରୀରେ ଅନେକ କଥା ଲେଖା ହୋଇଛି। ‘ସରକାରଙ୍କ ବିରୁଦ୍ଧରେ କେବେ ଯିବେ ନାହିଁ। ଆଉ ଯଦି ସରକାରଙ୍କ ବିରୁଦ୍ଧରେ ଆପଣ ଯାଉଛନ୍ତି, ତେବେ ସେଭଳି ସମ୍ବଳ ଥିବା ଦରକାର। ଖାଲି ସମ୍ବଳ ନୁହେଁ ଷ୍ଟ୍ରଙ୍ଗ୍‌ ହେବା ମଧ୍ୟ ଦରକାର। ତା’ପରେ ଯାଇ ସରକାରଙ୍କ ବିରୁଦ୍ଧରେ ଯିବ। ନ ହେଲେ ସରକାର କେବେବି ଶାନ୍ତିରେ ରଖେଇ ଦେବେ ନାହିଁ।” ମିଳିଥିବା ଏହି ଡାଏରୀରେ ଆଦିତ୍ୟ ଏଭଳି କିଛି ଲେଖିଥିବା ତାଙ୍କର ସମ୍ପର୍କୀୟ ଭାଇ କହିଛନ୍ତି। ଏଥିସହ ଆଦିତ୍ୟ କେବେ ଆତ୍ମହତ୍ୟା କରି ନ ଥିବେ ବୋଲି ସେ କହିଛନ୍ତି।

Advertisment

ଏବେ ରହସ୍ୟ ଘେରରେ ଆଦିତ୍ୟ ଦାସଙ୍କ ମୃତ୍ୟୁ। କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଆତ୍ମହତ୍ୟା ବିରୋଧରେ ସୋସିଆଲ ମିଡିଆରେ ମୋଟିଭେସ୍‌ନାଲ୍‌ ସ୍ପିଚ୍ ଦେଉଥିବା ଆଦିତ୍ୟ ଏତେ ଶୀଘ୍ର ଚାଲିଯିବେ ବୋଲି ତାଙ୍କ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ବୋଲି ତାଙ୍କ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି। ତେଣୁ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍‌ ତଦନ୍ତ କରିବା ପାଇଁ ତାଙ୍କ ସୋସିଆଲ୍‌ ମିଡିଆର ପ୍ରଶଂସକମାନେ ଦାବି କରିଛନ୍ତି। କାହିଁକି ନା ତାଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି ବୋଲି ପ୍ରଶଂସକମାନେ କହିଛନ୍ତି।

ମଧ୍ୟ ପଢ଼ନ୍ତୁ: ରହସ୍ୟ ଘେରରେ ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ, ଥାନାରେ ହେଲା ଅଭିଯୋଗ

Manab Premi Aditya Das Death Manab Premi Aditya Das Death News Motivational Speaker Aditya Das Motivational Speaker Manab Premi Aditya Das Motivational Speaker Manab Premi Aditya Das Death News ମୋଟିଭେସ୍‌ନାଲ୍‌ ସ୍ପିକର ମାନବ ପ୍ରେମୀ ଆଦିତ୍ୟ ଦାସ Latest News Of Manab Premi Premi Aditya Das News Manab Premi Aditya Das Death Mystery Motivational Speaker Manab Premi Aditya Das Death Mystery
Advertisment
Advertisment