Advertisment

ଉପରୁ ଖସିଲା ନିଆଁ ହୁଳା: ମା' ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ନିଆଁରେ ଜଳିଗଲେ ମାଆ, ଝିଅ। ଘର ଭିତରେ ରହିଯିବାରୁ ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଝିଅ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି। ଖବର ଅନୁସାରେ, ଗରମ ଲାଗିବାରୁ ବାପା ପ୍ରଭାତ ବେହେରା ଓ ବଡ଼ ଝିଅ ବାହାରେ ବୁଲୁଥିଲେ। ଘର ଭିତରେ ମା ଓ ସାନ ଝିଅ ଶୋଇଥିଲେ। କୌଣସିବଶତଃ ଘର […]

author-image
Chandan Shishu
ଉପରୁ ଖସିଲା ନିଆଁ ହୁଳା: ମା' ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

jhia-podi

ଭଦ୍ରକ: ନିଆଁରେ ଜଳିଗଲେ ମାଆ, ଝିଅ। ଘର ଭିତରେ ରହିଯିବାରୁ ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଝିଅ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି। ଖବର ଅନୁସାରେ, ଗରମ ଲାଗିବାରୁ ବାପା ପ୍ରଭାତ ବେହେରା ଓ ବଡ଼ ଝିଅ ବାହାରେ ବୁଲୁଥିଲେ। ଘର ଭିତରେ ମା ଓ ସାନ ଝିଅ ଶୋଇଥିଲେ। କୌଣସିବଶତଃ ଘର ଉପରେ ନିଆଁ ଲାଗିଯାଇଥିଲା। ହଠାତ ଅଗ୍ନିକାଣ୍ଡ ଘଟି ୨ଵଖରା ଘର ଜଳିଯାଇଥିଲା।

Advertisment

ଝିଅ ଘରୁ ଦୌଡି ପଳେଇ ଆସିଥିବା ଵେଳେ ଶରୀର ବହୁ ଅଂଶ ପୋଡିଯାଇଛି। ମାଆ ଉପରେ ନିଆଁର ଝାସ ଖସିପଡିଥିଲା। ମା ଘରୁ ଵାହାରି ନପାରିବାରୁ ମାଆ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଝିଅ ପୋଡି ହୋଇଯିବାରୁ ତାର ଅବସ୍ଥା ଗୁରୁତର ରହିଛି। ଗାଁ ଲୋକେ ଆପ୍ରାଣ ଉଦ୍ୟମ କରି ନିଆଁକୁ ଲିଭାଇ କରି ମୃତ ଦେହକୁ ଘରୁ ବାହାର କରିଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।  ମୃତ ମହିଳାଙ୍କ ନାଁ ଭାରତୀ ବେହେରା।

Advertisment
Advertisment