Advertisment

କାଠ ଫାଳିଆରେ ପିଟି ବାପାକୁ ମାରିଦେଲେ ମା’ ଝିଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମା’ ଓ ଦୁଇ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ମା’ ଓ ଝିଅକୁ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ, ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ଆଜି ଭୋରରୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ସମୟରେ […]

author-image
Mahasweta Baral
କାଠ ଫାଳିଆରେ ପିଟି ବାପାକୁ ମାରିଦେଲେ ମା’ ଝିଅ

deadbody

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମା’ ଓ ଦୁଇ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ମା’ ଓ ଝିଅକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଖବର ଅନୁଯାୟୀ, ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ଆଜି ଭୋରରୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ସମୟରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ମା’ ଓ ଝିଅ ମିଳିତ ଭାବେ ସୁନନ୍ଦଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆରେ ଏତେ ଜୋରେ ଆକ୍ରମଣ କରିଥିଲେ ଯେ ଘଟଣାସ୍ଥଳରେ ହିଁ ସୁନନ୍ଦଙ୍କର ପ୍ରାଣବାୟୁ  ଉଡ଼ିଯାଇଥିଲା।

ଖବର ପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାରେ ବ୍ୟବହୃତ  କାଠ ଫାଳିଆକୁ ପୋଲିସ ଜବତ କରିଛି। ମା’ ଓ ଦୁଇ ଝିଅଙ୍କୁ ଥାନାରେ ଅଟକି ରଖି ପୋଲିସ ଘଟଣାର ଅଧିକ ଖୋଳତାଡ଼ କରୁଛି।

Advertisment
Advertisment
Advertisment