Advertisment

Body Repatriated After MP’s Intervention: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ; ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ। ପ୍ରମୋଦ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିଲା। ଫେବୃୟାରୀ ୧୩ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଆସିପାରୁନଥିଲା ମୃତଦେହ, ହାତ ବଢ଼ାଇଲେ କେନ୍ଦ୍ରାପଡ଼ା ସାଂସଦ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହାୟତା ପରେ ଆସିଲା ମୃତଦେହ।

author-image
Pramod Behera
Body Repatriated After MP Intervention

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ; ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ Photograph: (OTV)

ସାଉଦିରୁ ଫେରିଲା ଓଡ଼ିଆ ଯୁବକ ପ୍ରମୋଦ ସାହୁଙ୍କ ପାର୍ଥିବ ଶରୀର। ମୃତ୍ୟୁର ୯ ଦିନ ପରେ ଓଡ଼ିଶାରେ ପହଞ୍ଚିଲା ମରଶରୀର। ଫେବୃୟାରୀ ୧୩ରେ ସାଉଦି ଆରବରେ ହୃଦଘାତରେ ତାଙ୍କ ମୃତ୍ୟୁ ହେଇଥିଲା। କିନ୍ତୁ ଜନ୍ମମାଟିକୁ ଫେରି ପାରୁନଥିଲା। ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସହାୟତା ପାଇଁ ଆବେଦନ କରିଥିଲେ ପ୍ରମୋଦଙ୍କ ପରିବାର। 

Advertisment

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ ଏନେଇ ପ୍ରକ୍ରିୟା ବି ଆରମ୍ଭ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ ଓ ସାଉଦିରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ ପରେ ପ୍ରମୋଦଙ୍କ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସାଲେପୁର କୁଳ-ସାମିତଙ୍ଗା ଗାଁକୁ ପଠାଇ ଦିଆଯାଇଛି ମୃତଦେହ।

କଟକ ସାଲେପୁରର କୁଳସମିତ ଗାଁର ୪୬ ବର୍ଷୀୟ ପ୍ରମୋଦ ସାହୁ ଦୀର୍ଘ ବର୍ଷ ଧରି ସାଉଦିର ଏକ କମ୍ପାନୀରେ ମେକାନିକାଲ୍ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ।... ଏପଟେ ଏନେଇ ବୈଦେଶିକ ମନ୍ତ୍ରାଳୟ ସହ ସାଉଦିଆରବରେ ଥିବା ଦୂତାବାସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।

Advertisment

  • ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ
  • ପ୍ରମୋଦ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିଲା
  • ଫେବୃୟାରୀ ୧୩ରେ ହୃଦଘାତରେ ମୃତ୍ୟୁ ହୋଇଥିଲା
  • ଆସିପାରୁନଥିଲା ମୃତଦେହ, ହାତ ବଢ଼ାଇଲେ କେନ୍ଦ୍ରାପଡ଼ା ସାଂସଦ
  • କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହାୟତା ପରେ ଆସିଲା ମୃତଦେହ
Odisha News Kendrapara Saudi Arabia
Advertisment
Advertisment