Advertisment

ବର୍ଷାରେ ଉପୁଡ଼ିଲା ଗଛ; ୫୦୦ରୁ ଅଧିକ ଗେଣ୍ଡାଳିଆ ମୃତ

ଢେଙ୍କାନାଳ: ପ୍ରାକୃତିକ ଉପାୟରେ ହେଉଁ କିମ୍ବା ମନୁଷ୍ୟକୃତ, ଧୀରେ ଧୀରେ ପ୍ରକୃତିର ଅନେକ ବିରଳ ପଶୁ,ପକ୍ଷୀ ଲୋପ ପାଇବାକୁ ବସିଲେଣି। ଏହି କ୍ରମରେ ଗତକାଲି ୫୦୦ରୁ ଅଧିକ ଗେଣ୍ଡାଳିଙ୍କ ମୃତ୍ୟୁ ହୋଇଛି। ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଲଗାଣ ବର୍ଷାରେ ଗଛ ଉପୁଡ଼ିଯିବାରୁ  ୫୦୦ରୁ ଅଧିକ ଗେଣ୍ଡାଳିଆଙ୍କ ମୃତ୍ୟୁ ହୋଇଛି। ବର୍ଷ ବର୍ଷ ଧରି ଏହି ଗଛରେ ହଜାର ହଜାର ଗେଣ୍ଡାଳିଆ ବସା କରିଥିଲେ। ଲଘୁଚାପ ପ୍ରଭାବରେ ଗତକାଲିଠୁ ଜିଲ୍ଲାରେ ହୋଇଥିବା ପ୍ରବଳ […]

ବର୍ଷାରେ ଉପୁଡ଼ିଲା ଗଛ; ୫୦୦ରୁ ଅଧିକ ଗେଣ୍ଡାଳିଆ ମୃତ

gendalia

Advertisment

ଢେଙ୍କାନାଳ: ପ୍ରାକୃତିକ ଉପାୟରେ ହେଉଁ କିମ୍ବା ମନୁଷ୍ୟକୃତ, ଧୀରେ ଧୀରେ ପ୍ରକୃତିର ଅନେକ ବିରଳ ପଶୁ,ପକ୍ଷୀ ଲୋପ ପାଇବାକୁ ବସିଲେଣି। ଏହି କ୍ରମରେ ଗତକାଲି ୫୦୦ରୁ ଅଧିକ ଗେଣ୍ଡାଳିଙ୍କ ମୃତ୍ୟୁ ହୋଇଛି।

Advertisment

ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଲଗାଣ ବର୍ଷାରେ ଗଛ ଉପୁଡ଼ିଯିବାରୁ  ୫୦୦ରୁ ଅଧିକ ଗେଣ୍ଡାଳିଆଙ୍କ ମୃତ୍ୟୁ ହୋଇଛି। ବର୍ଷ ବର୍ଷ ଧରି ଏହି ଗଛରେ ହଜାର ହଜାର ଗେଣ୍ଡାଳିଆ ବସା କରିଥିଲେ। ଲଘୁଚାପ ପ୍ରଭାବରେ ଗତକାଲିଠୁ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷାରେ ଏହି ଗଛଟି ଉପୁଡ଼ିଯାଇଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ସ୍ଥିତି ପରଖିଛି।

ତେବେ ଗୋଟିଏ ନୁହେଁ କି, ୫୦ ଟି ନୁହେଁ, ଏକାଥରେ ୫୦୦ ଗେଣ୍ଡିଆଳିଙ୍କ ମୃତ୍ୟୁ ହୋଇଥିବା ଯୋଗୁ ଦୁଃଖ ପ୍ରକାଶ କରିଛନ୍ତି ପ୍ରକୃତି ପ୍ରେମୀ।

Advertisment

ସେପଟେ କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାଦ୍ୱାରା କୁନିନ୍ଦା ପଞ୍ଚାୟତର ୪ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ପଞ୍ଚାୟତରେ ୫ରୁ ଅଧିକ କଚ୍ଚା ଘର ଭାଙ୍ଗିଯିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି।

Advertisment

ଭୁବନ ବ୍ଲକର ନୟାନୀଳକଣ୍ଠପୁର କଲଭର୍ଟ ଭାସି ଯାଇ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ବଡ଼ କଥା ହେଉଛି, ଏହି ପୋଲଟି ବର୍ଷେ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ହୋଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ