/odishatv-khabar/media/post_attachments/uploadimage/library/16_9/16_9_0/Capture-12_1625466699.jpg)
Capture 12
ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା । ଏହିଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ଏତେ ସଂଖ୍ୟାରେ ଗଞ୍ଜେଇ କେଉଁଠୁ ଆସିଲା ସେନେଇ ତଦନ୍ତ କରୁଛି ଅବକାରୀ ବିଭାଗ ।
/odishatv-khabar/media/post_attachments/wp-content/uploads/2021/07/vlcsnap-error695.png)
ଅନ୍ୟପଟ କିଛି ଦିନ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁଇ ଜଣ କିନ୍ନରଙ୍କୁ ପୋଲିସ ଗିରଫ କରିଥିଲା । ସେମାନେ ବାହାର ରାଜ୍ୟକୁ ଗୟ୍ଜେଇ ଚାଲାଣ କରୁଥିଲେ । ଭୁବନେଶ୍ୱରରୁ ସୁରତକୁ ଏମାନେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ ୧୬ କେଜି ଗଂଜେଇ ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।
ଗିରଫ କିନ୍ନର ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରି ରୋଜରାର କରନ୍ତି । ତେବେ ଲକ୍ଡାଉନ୍ ଯୋଗୁ ରୋଜଗାର ହେଉନଥିବାରୁ ଏଭଳି ପନ୍ଥା ଆପଣାଇଥିବା କହିଛନ୍ତି । କନ୍ଧମାଳର ଜଣେ ଯୁବକ ତାଙ୍କୁ ଏହି ଗଂଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଇଥିଲା ବୋଲି ସେମାନେ ପୋଲିସ ଆଗରେ କହିଥିଲେ । ଏହି ଗଞ୍ଜେଇକୁ ସେମାନେ ସୁରତରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେଇଥିଲେ । ସମସ୍ତ ଗଞ୍ଜେଇ ସୁରତରେ ପହଞ୍ଚି ସାରିବା ପରେ ତାଙ୍କୁ ୧୬ ହଜାର ଟଙ୍କା ମିଳିଥାନ୍ତା ।
ଅନ୍ୟପଟେ ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଏହି ଗଞ୍ଜାଇ ଚାଲାଣର ମୁଖ୍ୟ କାର୍ପଟଦାର ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା କୁହାଯାଉଛି । କେଉଁଠୁ ଏହି ଗଞ୍ଜେଇ ଆସିଲା ଏବଂ ଏହାର କିଙ୍ଗ୍ପିନ୍ କିଏ । ସେନେଇ ପୋଲିସ ତଦନ୍ତ କରୁଥିବା କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)