Advertisment

ଏୟାର ଲିଫ୍ଟ ହେବେ ଆଉ ଜଣେ ରୋଗୀ, ହେଲେ ଅର୍ଥ ସାଜିଛି ବାଧକ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନ ନାହିଁ। କରୋନାର ଦ୍ୱିତୀୟ ଲହର ଘାତକ ସାଜିଛି। ଫୁସ୍‌ଫୁସ୍‌କୁ ସଂକ୍ରମିତ ହୋଇ ଏହାକୁ ନଷ୍ଟ କରି ଦେଉଛି। ଏପରିକି ଚିକିତ୍ସା ପାଇଁ ସମୟ ମିଳୁନି ରୋଗୀଙ୍କୁ। ଫଳରେ ଚାଲିଯାଉଛି…

author-image
Minati Mishra
ଅଦ୍ୟତନ ହୋଇଛି
ଏୟାର ଲିଫ୍ଟ ହେବେ ଆଉ ଜଣେ ରୋଗୀ, ହେଲେ ଅର୍ଥ ସାଜିଛି ବାଧକ

abhishek

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନ ନାହିଁ। କରୋନାର ଦ୍ୱିତୀୟ ଲହର ଘାତକ ସାଜିଛି। ଫୁସ୍‌ଫୁସ୍‌କୁ ସଂକ୍ରମିତ ହୋଇ ଏହାକୁ ନଷ୍ଟ କରି ଦେଉଛି। ଏପରିକି ଚିକିତ୍ସା ପାଇଁ ସମୟ ମିଳୁନି ରୋଗୀଙ୍କୁ। ଫଳରେ ଚାଲିଯାଉଛି ହଜାର ହଜାର ଜୀବନ। ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକମାତ୍ର ଆଶା ଓ ଭରସା ସାଜିଛି ECMO ମେସିନ। ହେଲେ ଦୁଃଖର କଥା, ଓଡ଼ିଶାରେ ଆବଶ୍ୟକ ECMO ମେସିନ ନ ଥିବାରୁ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନିଆଯାଉଛି ଅନ୍ୟ ରାଜ୍ୟକୁ।

Advertisment

ଇକ୍‌ମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ରାଜଧାନୀରେ ଚିକିତ୍ସିତ ଆଉ ଜଣେ ରୋଗୀ  ଅଭିଷେକ ମହାପାତ୍ର।  ଭଦ୍ରକ ବାସୁଦେବପୁରର  ଅଭିଷେକ  ମାତ୍ର ମାସେ ତଳେ ବିବାହ କରିଥିଲେ। ହେଲେ ତାଙ୍କ ଜୀବନ ଏବେ ସଙ୍କଟରେ। କରୋନା ସହ ସେ  ଲଢୁଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସମ୍ବଳ ପରିବାର ପାଖରେ ନାହିଁ। ଶେଷରେ ବିକଳ ହୋଇ ଶଙ୍ଖା, ସିନ୍ଦୁର ବଞ୍ଚାଇବାକୁ ପତ୍ନୀ  ଲୋକଙ୍କୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି।

ଏବେ ଅଭିଷେକଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ। କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଭିଷେକ ମହାପାତ୍ରଙ୍କ ପାଇଁ ଏବେ ଆବଶ୍ୟକ ପଡ଼ିଛି ଅର୍ଥ । ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ଅର୍ଥ ନଥିବାରୁ ସଡ଼କ ପଥରେ ଭୁବନେଶ୍ୱରରୁ କୋଲକତା ନିଆଯିବାକୁ ଯୋଜନା କରିଛନ୍ତି ପରିବାର ଲୋକେ। ଇକ୍‌ମୋ ସିଷ୍ଟମ୍ ଦେଇ ତାଙ୍କୁ କୋଲକାତା ନିଆଯିବ । ଅଭିଷେକଙ୍କ ଚିକିତ୍ସା ପାଇଁ କୋଟିଏରୁ ଅଧିକ ଟଙ୍କା ଆବଶ୍ୟକ ପଡୁଥିବାରୁ ଏନେଇ ସାଧାରଣ ଲୋକଙ୍କ ସହାୟତା ମାଗିଛନ୍ତି  ତାଙ୍କ ପରିବାର ଲୋକ ।ତା ସହ ଅଭିନେତା ବବି ମିଶ୍ର ମଧ୍ୟ ଅଭିଷେକଙ୍କୁ ସହାୟତା ପାଇଁ ଅପିଲ୍ କରିଛନ୍ତି। ମିଲାପ୍ ଫଣ୍ଡରେଜରର୍ସ ଜରିଆରେ ଇଚ୍ଛୁକ ବ୍ୟକ୍ତି ଅଭିଷେକଙ୍କ ପାଇଁ ସହାୟତା ପଠାଇ ପାରିବେ।

Advertisment

milaap.org/fundraisers/support-abhishek-mohapatra ରେ ଯାଇ ସହାୟତା କରିହେବ।  ସେହିପରି ୯୫୮୩୫-୯୬୮୮୬ଏହି ନମ୍ବରରେ ଗୁଗୁଲ/ଫୋନ୍-ପେ ଜରିଆରେ ବି ସହାୟତା କରି ପାରିବେ।

ଗତକାଲି କରୋନା ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହେବାରୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇ ଥିଲା। । କୋଲକାତା ସ୍ଥିତ ଏକ ସୁପରସ୍ପେଶାଲିଟି ହସ୍ପିଟାଲର ଏକ ୪ ଜଣିଆ ଟିମ୍ ଆସି କଟକ ସ୍ଥିତ ଅଶ୍ୱିନୀ  ହସ୍ପିଟାଲରେ ପହଞ୍ଚିଥିଲେ।  ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତ ପ୍ରଧାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା। କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇ ଯାଇଥିଲା। ତା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଥିଲେ ଅମ୍ରିତ । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ସୋସିଆଲ ମିଡିଆ ମାଧ୍ୟମରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଇ ଚେନ୍ନାଇ ପଠାଯାଇଛି।  ।

ସେହିପରି ରାଜଧାନୀର ଏକ ଘରୋଇ ମେଡିକାଲରେ ଇକ୍‌ମୋ ଚିକିତ୍ସାରେ ଥିବା ଆଠଗଡ଼ ଅଞ୍ଚଳର ୩୮ ବର୍ଷ ବୟସ୍କ ଦିବ୍ୟରଞ୍ଜନ ବେହେରାଙ୍କ ସଂଘାତିକ ଫୁସଫୁସ୍‌ ସଂକ୍ରମଣ ହୋଇଛି। ଆକ୍ରାନ୍ତଙ୍କ ଇକ୍ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବାର ଥିଲା, ହେଲେ ସୌଭାଗ୍ୟବଶତଃ ଭୁବନେଶ୍ୱରରେ ହଠାତ୍ ସେ ମେସିନ୍ ଉପଲବ୍ଧ ହୋଇଯିବାରୁ ଚିକିତ୍ସା ଚାଲିଛି। ଦିବ୍ୟରଞ୍ଜନଙ୍କ ଚିକିତ୍ସା ପାଇଁ ଦିନକୁ ଦରକାର ପଡୁଛି ଦେଢ଼ରୁ ୩ଲକ୍ଷ ଟଙ୍କା। ତେଣୁ ସାହାଯ୍ୟ ଅପେକ୍ଷାରେ ପରିବାର।

ECMO Machine In Odisha
Advertisment
Advertisment