/odishatv-khabar/media/post_attachments/uploadimage/library/16_9/16_9_0/1-6_1626760702.jpg)
1
ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମୋଟ୍ ୧୦୦% ମତଦାତାଙ୍କ ମଧ୍ୟରୁ ୭୩.୭୬% ନିଜର ମତ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି।
ଖବର ଅନୁସାରେ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ % ରହିଛି। ଏହା ପଛକୁ କଳାହାଣ୍ଡିରେ ୭୫.୮୨%, ବ୍ରହ୍ମପୁରରେ ୬୫.୫୭% ଓ କୋରାପୁଟରେ ୭୪.୭୭% ନାଗରିକ ନିଜର ମତ ସାବ୍ୟସ୍ତ କରିଛନ୍ତି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମୋଟ୍ ୭୩.୦୯% ପୁରୁଷ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ମହିଳା ମତଦାତାଙ୍କ ହାର ୭୪.୪୩% ରହିଛି।
ସେହିପରି କୋରାପୁଟର କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୬.୮୩ %
ମତଦାନ ହୋଇଥିବାବେଳେ ବ୍ରହ୍ମପୁରରେ ସର୍ବନିମ୍ନ ୫୬.୩୪% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନ୍ୟପକ୍ଷରେ ୨ଟି ବୁଥ୍ରେ ସାନି ମତଦାନ ହେବ ବୋଲି ମଧ୍ୟ ସେ ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)