Advertisment

‘ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜ’

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି,‘ ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା ଆବଶ୍ୟକ। ତା’ସହିତ କୋଭିଡ କଟକଣାକୁ ମାନିବା ଉଚିତ୍। ଯେଉଁମାନେ କଟକଣାକୁ ନମାନିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ପ୍ରତିଦିନ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟ୍‌ଡାଉନ ରହିବ। […]

author-image
Mahasweta Baral
ଅଦ୍ୟତନ ହୋଇଛି
‘ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜ’

kulane

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି।

Advertisment

ସେ କହିଛନ୍ତି,‘ ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା ଆବଶ୍ୟକ। ତା’ସହିତ କୋଭିଡ କଟକଣାକୁ ମାନିବା ଉଚିତ୍। ଯେଉଁମାନେ କଟକଣାକୁ ନମାନିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ପ୍ରତିଦିନ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟ୍‌ଡାଉନ ରହିବ। ତା’ ସହିତ ସପ୍ତାହାନ୍ତ ସଟ୍‌ଡାଉନ୍‌ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।’

ସୂଚନା ଅନୁଯାୟୀ, ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୦୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୮୬୧୨ ଜଣ ସୁସ୍ଥ ହୋଇଛନ୍ତି। ୩,୩୩୧ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଲାଣି।

Advertisment
Advertisment
Advertisment