Advertisment

ବିଭିନ୍ନ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ବିପୁଳ ଟଙ୍କା ଜବତ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଜାର ଛକରୁ ପୁଲିସ୍‌ ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ୍ ଥିବା ଗାଡିଟି କେନ୍ଦୁଝରରୁ କୋଲକାତା ଯାଉଥିବା ସୂଚନା ମିଳିଛି। ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବର୍ଥଲା ଛକରେ ଏକ ଗାଡ଼ିରୁ ୮ ଲକ୍ଷ ଟଙ୍କା  ଜବତ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ […]

author-image
Jyotsnamayee Pradhan
ବିଭିନ୍ନ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା

money

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ବିପୁଳ ଟଙ୍କା ଜବତ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଜାର ଛକରୁ ପୁଲିସ୍‌ ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ୍ ଥିବା ଗାଡିଟି କେନ୍ଦୁଝରରୁ କୋଲକାତା ଯାଉଥିବା ସୂଚନା ମିଳିଛି। ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବର୍ଥଲା ଛକରେ ଏକ ଗାଡ଼ିରୁ ୮ ଲକ୍ଷ ଟଙ୍କା  ଜବତ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ଅଟକ ରଖିଛି।

Advertisment

seized

ବଲାଙ୍ଗିର-ସୋନପୁର ରାସ୍ତାର ହରଡ଼ଖୋଲ ନିକଟରୁ ଏକ କାର୍‌ରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଟଙ୍କା ସଂପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଗା଼ଡ଼ି ମାଲିକଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୁଲିସ୍‌ ମଧ୍ୟ ଦୁଇଟି ଗାଡ଼ିରୁ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟରେ ଚମ୍ପୁଆର କଂଗ୍ରେସ ନେତା ଯଦୁମଣି ବାରିକଙ୍କ ଗାଡ଼ିରୁ ୧ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇ଼ଡ଼ା ଛକ ନିକଟରେ ଫ୍ଲାଇଂ ସ୍କ୍ୱାର୍ଡର ଚେକିଂ ବେଳେ ଏକ ଗାଡ଼ିରୁ ୬ ଲକ୍ଷ ୭୦ ହଜାର ଟଙ୍କା ମିଳିଛି।

Advertisment
Advertisment