Advertisment

ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ। ଏଭଳି ପାଗର ପ୍ରଭାବ ଆହୁରି ୨୪ ଘଣ୍ଟା ଯାଏ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାଲେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ୩୦ରୁ ୪୦ […]

author-image
Pradesh Pratyush
ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ

rain in winter

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ। ଏଭଳି ପାଗର ପ୍ରଭାବ ଆହୁରି ୨୪ ଘଣ୍ଟା ଯାଏ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

୧୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାଲେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ୧୦ ତାରିଖ ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଥଣ୍ଡାର ପ୍ରଭାବ ବଢିବ।  ଅନୁଗୋଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଶୀତ ଲହରୀ ସତର୍କତା ଜାରିବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

Advertisment

ଆଜି ସକାଳେ ବାଲେଶ୍ୱର ନୀଳଗିରିରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଶିତୁଆ ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ନୀଳଗିରି ସାପ୍ତାହିକ ହାଟରେ ଭିଡ଼ ବଦଳରେ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଥିଲା।

ସେହିପରି ବଲାଙ୍ଗିରରେ ମଧ୍ୟ ଦିନ ତମାମ ଦେଖିବାକୁ ମିଳିଥିଲା ବର୍ଷାର ପ୍ରଭାବ। ଝିପିଝିପି ବର୍ଷା ଲାଗି ରହିଥିବାରୁ ରାସ୍ତାଘାଟରେ ଲୋକଙ୍କ ଯା ଆସ ମଧ୍ୟ କମ ରହିଥିଲା।

ଅଦିନିଆ ବର୍ଷାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଧାନ ଚାଷୀ। ମଣ୍ଡିରେ ଧାନ ରଖି ସପ୍ତାହ ସପ୍ତାହ ଧରି ବିକ୍ରି ଅପେକ୍ଷାରେ ଥିବା ବେଳେ ଏପଟେ ଧାନ ବସ୍ତାକୁ ଭିଜାଇଛି। ବର୍ଷା ଫଳରେ ଅନେକ ଚାଷୀଙ୍କ ଅମଳ ଧାନ ଗଜା ହୋଇଯାଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

Advertisment
Advertisment