Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ହେଲା ମକ୍ ପୋଲ୍

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ତେବେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍‌ରେ ମକ୍ ପୋଲ୍ ହୋଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ବୁଥ୍‌ରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୫ ହଜାର ୫୧ଟି ବୁଥ୍‌ରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ଡମି ବାଲଟ୍ ସିଟ୍ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର […]

author-image
Jyotsnamayee Pradhan
ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ହେଲା ମକ୍ ପୋଲ୍

jeypore

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ତେବେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍‌ରେ ମକ୍ ପୋଲ୍ ହୋଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ବୁଥ୍‌ରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୫ ହଜାର ୫୧ଟି ବୁଥ୍‌ରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ଡମି ବାଲଟ୍ ସିଟ୍ ବ୍ୟବସ୍ଥା ହୋଇଛି।

Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଅଧିକାଂଶ ଅଞ୍ଚଳ ମାଓ ପ୍ରଭାବିତ। ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳରେ ଆବଶ୍ୟକ ପଡ଼ିଲେ ମତଦାନ ସମୟରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଆଭ୍ୟନ୍ତରୀଣ ଅଞ୍ଚଳ ପାଇଁ ୨ଟି ହେଲିକପ୍ଟର, ଡ୍ରୋନ୍ କ୍ୟାମେରାର ବନ୍ଦୋବସ୍ତ କରାଯାଇଛି। ବ୍ୟାପକ ସ୍ପେଶାଲ୍ ଅପରେସନ୍ ଗ୍ରୁପକୁ ମୁତୟନ କରାଯାଇଛି।

ସେହିପରି ବିଭିନ୍ନ ଦଳର ପ୍ରାର୍ଥୀ ଓ ନିର୍ବାଚନ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଏସ୍ଓପି ପାଳନ ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ସହରାଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ଭାରପ୍ରାପ୍ତ ଡିଜିପି କହିଛନ୍ତି।

Advertisment
Advertisment
Advertisment