/odishatv-khabar/media/post_attachments/uploadimage/library/16_9/16_9_0/TRAIN-1_1626688481.jpg)
TRAIN
ଖଲ୍ଲିକୋଟ : ଦିନ ଦ୍ୱିପହରେ ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା । ଦୁର୍ବୃତ୍ତକୁ କାବୁ କରିବାକୁ ଡେଇଁ ପଡିଲେ ଦଂପତି। ଏଭଳି ଘଟଣା ଦେଖିବାକୁ ମିଳିଛି, ଖଲ୍ଲିକୋଟ ଷ୍ଟେସନ ପ୍ଲାଟଫର୍ମରେ ।
Advertisment
ସୂଚନା ମୁତାବକ, ଆଜି ଦିନ ସାଢେ ୧୦ଟାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଛତ୍ରପୁର ଅଂଚଳର ଜଗେନ୍ଦ୍ର ରାଓଙ୍କ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ୍ ଅଟକି ଥିଲା। ତେବେ ଟ୍ରେନ୍ ଛାଡିବା ବେଳକୁ ଜଗେନ୍ଦ୍ରଙ୍କ ପୁଅ ହାତରୁ ମୋବାଇଲକୁ ଜଣେ ଦୁର୍ବୃତ୍ତ ଆସି ଝାମ୍ପି ନେଇଥିଲା । ଚୋରକୁ କାବୁ କରିବାକୁ ଯାଇ ଜଗେନ୍ଦ୍ର ପ୍ଲାଟଫର୍ମକୁ ଡେଇଁପଡିବା ପରେ ପତ୍ନୀ ବି ଡେଇଁପଡିଲେ । ମାତ୍ର ଗୋଡ଼ ଖସିଯିବାରୁ ମୁଣ୍ଡରେ ତାଙ୍କର ମାଡ଼ ହୋଇଛି।
ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଷ୍ଟେସନ ପରିସରରେ ରେଳବାଇ ପୁଲିସ ମୁତୟନ ନଥିବାରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)