/odishatv-khabar/media/post_attachments/uploadimage/library/16_9/16_9_0/prkash-75_1626758326.jpg)
prkash
ଭୁବନେଶ୍ୱର: ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି। କଂଗ୍ରେସରୁ ଗତକାଲି ଇସ୍ତଫା ଦେଇଥିବା ପ୍ରକାଶ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେଭି ସିଂହଦେଓ ସମେତ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।
Advertisment
ବହୁ କଳ୍ପନାଜଳ୍ପନା ପରେ ଗତକାଲି ସେ କଂଗ୍ରେସ ଛାଡ଼ିଥିଲେ। ଦଳରେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସେ ଲେଖିଥିଲେ। ପ୍ରକାଶ ଗତ ୨୦୦୦, ୨୦୦୪, ୨୦୦୯ରେ କଂଗ୍ରେସ ଟିକେଟ୍ରୁ ନିର୍ବାଚନ ଲଢ଼ିଥିଲେ। ତେବେ ସେ ତିନି ଥର ହାରିବା ପରେ ଗତ ୨୦୧୪ ନିର୍ବାଚନରେ ଜିତିଥିଲେ। ସେ ଏବେ ବିଜେପିରେ ମିଶିବା ପରେ ତାଙ୍କୁ ଦଳ ସାଲେପୁରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)