Advertisment

ଡ୍ୟାମରୁ ମିଳିଲା ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ

ଭୁବନେଶ୍ୱର: ଦୁଇଦିନ ଧରି ନିଖୋଜ ଥିବା ଇଂଜିନିୟର ପ୍ରତ୍ୟୁଷ କୁମାରଙ୍କ ମୃତଦେହକୁ ଡ୍ୟାମ ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ଭାବେ କାମ କରୁଥିବା ଇଂଜିନିୟର ପ୍ରତ୍ୟୁଷ କୁମାର ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ଥିଲେ। ଗତକାଲି ସନ୍ଧ୍ୟାରେ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ପାଖରେ ଥିବା […]

author-image
Ranjeet Kumar Jena
ଡ୍ୟାମରୁ ମିଳିଲା ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ

dam

ଭୁବନେଶ୍ୱର: ଦୁଇଦିନ ଧରି ନିଖୋଜ ଥିବା ଇଂଜିନିୟର ପ୍ରତ୍ୟୁଷ କୁମାରଙ୍କ ମୃତଦେହକୁ ଡ୍ୟାମ ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ଭାବେ କାମ କରୁଥିବା ଇଂଜିନିୟର ପ୍ରତ୍ୟୁଷ କୁମାର ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ଥିଲେ।

Advertisment

ଗତକାଲି ସନ୍ଧ୍ୟାରେ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ପାଖରେ ଥିବା ଖବର ପାଇ ଲାଞ୍ଜିଗଡ଼ ପୋଲିସ ଘଟଣା ସ୍ଥଳରେ ଯାଇ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ।

ତେବେ ଆଜି ଅଗ୍ନିଶମ କର୍ମଚାରୀ ଡ୍ୟାମରେ ଖୋଜିବା ପରେ ଗଭୀର ପାଣିରୁ ମୃତଦେହ ଉଦ୍ଧାର କରିଛନ୍ତି। ପ୍ରତ୍ୟୁଷଙ୍କ ଗାଁ କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଗଦଗୁଡା ଗାଁର ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Advertisment
Advertisment
Advertisment