Advertisment

ଥାନାରେ ପଶି ପୁଲିସ୍‌କୁ ପିଟିଲେ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସହିଦ ନଗର ଥାନାରେ ତୁମୁଳ କାଣ୍ଡ ଘଟିଛି। କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସି ଓ ଏଏସ୍‌ଆଇଙ୍କ ସମେତ କିଛି ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଏଏସ୍‌ଆଇ ଅଭୟ କୁମାର ରାଉତଙ୍କ ମୁଣ୍ଡ ଫାଟି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କିଛି ଲୋକ ଅଭିଯୋଗ ଦାଖଲ କରିବା ପାଇଁ ସହିଦନଗର ଥାନାକୁ ଆସିଥିଲେ। […]

ଥାନାରେ ପଶି ପୁଲିସ୍‌କୁ ପିଟିଲେ

police

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସହିଦ ନଗର ଥାନାରେ ତୁମୁଳ କାଣ୍ଡ ଘଟିଛି। କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ସହିଦନଗର ଥାନା ଆଇଆଇସି ଓ ଏଏସ୍‌ଆଇଙ୍କ ସମେତ କିଛି ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଏଏସ୍‌ଆଇ ଅଭୟ କୁମାର ରାଉତଙ୍କ ମୁଣ୍ଡ ଫାଟି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କିଛି ଲୋକ ଅଭିଯୋଗ ଦାଖଲ କରିବା ପାଇଁ ସହିଦନଗର ଥାନାକୁ ଆସିଥିଲେ। ହେଲେ କୌଣସି କାରଣରୁ ସେମାନେ ଥାନା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିସହ ଥାନା ପରିସରରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ, ଟିଭି ଭଙ୍ଗାରୁଜା କରି ଫେରାର ହୋଇଯାଇଥିଲେ।

ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ପୁଲିସ୍‌ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ