Advertisment

ଆଖିକୁ ଲଙ୍କାଗୁଣ୍ଡ ପିଙ୍ଗି ଲୁଟିନେଲେ ୭୦୦ ଗ୍ରାମ ସୁନା ୨୦ କେଜି ରୁପା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବଡ଼ ଧରଣର ଲୁଟ୍ ହୋଇଛି। ଛତ୍ରପୁରରେ ଜଣେ ସୁନା ଦୋକାନୀଙ୍କ ଠାରୁ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କୋର୍ଟ ଷ୍ଟେସନ ନିକଟରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣର ଶିକାର ସୁନା ଦୋକାନୀ ଶରତଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ […]

ଅଦ୍ୟତନ ହୋଇଛି
ଆଖିକୁ ଲଙ୍କାଗୁଣ୍ଡ ପିଙ୍ଗି ଲୁଟିନେଲେ ୭୦୦ ଗ୍ରାମ ସୁନା ୨୦ କେଜି ରୁପା

loots

Advertisment

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବଡ଼ ଧରଣର ଲୁଟ୍ ହୋଇଛି। ଛତ୍ରପୁରରେ ଜଣେ ସୁନା ଦୋକାନୀଙ୍କ ଠାରୁ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କୋର୍ଟ ଷ୍ଟେସନ ନିକଟରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣର ଶିକାର ସୁନା ଦୋକାନୀ ଶରତଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି।

Advertisment

ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ ଫେରୁଥିବାବେଳେ ବାଇକ୍‌ରେ ୨ ଲୁଟେରା ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୋକାନୀଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏହାପରେ ଅଳଙ୍କାର ଭର୍ତ୍ତି ବ୍ୟାଗ ଓ ଟଙ୍କା ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ଦୋକାନୀ ଶରତଙ୍କୁ ଛତ୍ରପୁରରେ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ