Advertisment

ଅଧ ରାତିରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଭଦ୍ରକ: ଡାକ୍ତରାଣୀଙ୍କ ଘରେ ପଶି ଲୁଟ୍‌। ଭଦ୍ରକ ଟାଉନଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ଖିଲାରଙ୍କ ଘରେ ଏହି ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଏହି ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷ ମଧ୍ୟରେ ନଗଦ ୧୪ ହଜାର ଟଙ୍କା, ୫ଟି ସୁନା ହାର, ୬ଟି କାନ ଫୁଲ, ହୀରା କାନ […]

author-image
Otv Khabar Bureau
ଅଧ ରାତିରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

loot

ଭଦ୍ରକ: ଡାକ୍ତରାଣୀଙ୍କ ଘରେ ପଶି ଲୁଟ୍‌। ଭଦ୍ରକ ଟାଉନଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ଖିଲାରଙ୍କ ଘରେ ଏହି ଚୋରି ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଏହି ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷ ମଧ୍ୟରେ ନଗଦ ୧୪ ହଜାର ଟଙ୍କା, ୫ଟି ସୁନା ହାର, ୬ଟି କାନ ଫୁଲ, ହୀରା କାନ ଫୁଲ ଇତ୍ୟାଦି ରହିଛି। ଚୋରି ହୋଇଥିବା ଜିନିଷର ମୂଲ୍ୟ ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଲୁଟ୍‌ ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଦୁର୍ବୃତ୍ତ ମାନେ ରୋଷେଇ ଘରର ଗ୍ରିଲ୍‌ ଭାଙ୍ଗି ଘର ଭିତରେ ପଶିଥିଲେ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଟାଉନ୍‌ ଥାନାରେ ଏକ ଏତଲା ଦାୟର ହୋଇଛି।

Advertisment
Advertisment