Advertisment

କଡ଼ା ସୁରକ୍ଷା ସତ୍ତ୍ୱେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମନ୍ଦିରର ଗ୍ରୀଲ୍ କାଟି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ସବୁ ଦୁର୍ବୃତ୍ତ ନେଇ ଯାଇଛନ୍ତି। ଏହା ସହିତ ସୀତାଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ନେଇ ଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ତେବେ ଅନ୍ୟ ଦୁଇଟି ମୂର୍ତ୍ତି ନେଇ ଯାଇଥିବା ଜଣାପଡ଼ିଛି। ଗୋଟିଏ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଶ୍ରୀମନ୍ଦିରକୁ […]

କଡ଼ା ସୁରକ୍ଷା ସତ୍ତ୍ୱେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି

puri

Advertisment

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମନ୍ଦିରର ଗ୍ରୀଲ୍ କାଟି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ସବୁ ଦୁର୍ବୃତ୍ତ ନେଇ ଯାଇଛନ୍ତି। ଏହା ସହିତ ସୀତାଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ନେଇ ଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ତେବେ ଅନ୍ୟ ଦୁଇଟି ମୂର୍ତ୍ତି ନେଇ ଯାଇଥିବା ଜଣାପଡ଼ିଛି। ଗୋଟିଏ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଶ୍ରୀମନ୍ଦିରକୁ ଲାଗି ରହିଥିବା ଏହି ମନ୍ଦିରରୁ କେମିତି ଚୋରି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ