Advertisment

ସିକ୍ୟୁରିଟି ଗାର୍ଡଙ୍କ ତଣ୍ଟି କାଟି ଦେଲେ

ଭୁବନେଶ୍ୱର: ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ। ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ସୂଚନା ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ପୁଲିସ୍‌। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]

ସିକ୍ୟୁରିଟି ଗାର୍ଡଙ୍କ ତଣ୍ଟି କାଟି ଦେଲେ

murder

Advertisment

ଭୁବନେଶ୍ୱର: ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ।

Advertisment

ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ସୂଚନା ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ପୁଲିସ୍‌।

ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଦୋକାନର ମାଲିକ ନ ଆସିବା ପର୍ଯ୍ୟନ୍ତ ମୃତଦେହକୁ ଛଡ଼ା ଯିବନି ବୋଲି ଲୋକେ ଜିଦ୍ ଧରିଛନ୍ତି।

Advertisment

ଅଭିଯୁକ୍ତଙ୍କୁ ଧରିବା ଦାବିରେ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ। ତେଣୁ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏନ୍‌ଏଚ୍‌-୫ କିଛି ସମୟ ପାଇଁ ଜାମ୍ ହୋଇଯାଇଥିଲା। ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ପୁଲିସ୍ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି। ହତ୍ୟାର କାରଣ ସଂପର୍କରେ କିଛି ଜଣାପଡ଼ି ନାହିଁ। କୌଣସି ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ