/odishatv-khabar/media/post_attachments/uploadimage/library/16_9/16_9_0/foreigner_1626416351.jpg)
foreigner
ଭୁବନେଶ୍ୱର : ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ। ଅଟୋ ଭିତରୁ ନେଇଗଲେ ୪ ଲକ୍ଷରୁ ଅଧିକ ଟଙ୍କାର ଲାପଟପ୍ ଓ ଡକ୍ୟୁମେଣ୍ଟ। ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ ପାଇଁ ଅାସିଥିବା ନରୱେର ସଂପୃକ୍ତ ବିଦେଶିନୀ ଅଟୋରେ ଫେରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଏହି ଲୁଟ୍ ହୋଇଛି।
Advertisment
ବିଦେଶିନୀଙ୍କ ଅଭିଯୋଗକୁ ଅାଧାର କରି ଖଣ୍ଡଗିରି ପୁଲିସ ମାମଲା ରୁଜୁ କରିଛି। ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଓ ସଂପୃକ୍ତ ଅଟୋଚାଳକକୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଛି। ଲୁଟ୍ର ଶିକାର ବିଦେଶିନୀ ଗଣମାଧ୍ୟମକୁ କିଛି କହିନଥିଲେ ମଧ୍ୟ ପୁଲିସ ଘଟଣାର ଖୋଲତାଡ ଅାରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)