/odishatv-khabar/media/post_attachments/uploadimage/library/16_9/16_9_0/rape-3_1626690290.jpg)
rape
ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ପ୍ରେମିକକୁ ମନ ଦେଇ ଭଲ ପାଉଥିଲେ। ଆଉ ତାକୁ ବାହାହୋଇ ଘର ସାଂସାର କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପ୍ରେମିକା। ହେଲେ ଆଖି ପିଛୁଳାକେ ସବୁ କିଛି ସରିଗଲା। ବିଶ୍ୱାସରେ ବିଷ ଦେଲା ପ୍ରେମିକ। ଆଉ ଦୁଷ୍କର୍ମରେ ସାରିଦେଲା ଦୀର୍ଘ ଦିନର ଭଲ ପାଇବା ଓ ବିଶ୍ୱାସ। ସାଙ୍ଗ ସହ ମିଶି ପ୍ରେମିକାକୁ ନିଶା ଦେଇ ଗଣଦୁଷ୍କର୍ମ କଲା ଧୋକାବାଜ୍ ପ୍ରେମିକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ପ୍ରେମିକ ଓ ତା’ ସାଙ୍ଗକୁ ଗିରଫ କରିଛି।
ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୧୪ ବର୍ଷୀୟା ସାଗରିକା (ଛଦ୍ମନାମ) କେନ୍ଦୁଝର ଜିଲ୍ଲା ବଡ଼ବିଲ୍ କଳିଙ୍ଗା ଗାଁର ସିପୁନ ଓରଫ ବିଶ୍ୱନାଥ ସ୍ୱାଇଁଙ୍କୁ ଭଲ ପାଉଥିଲେ। ସିପୁନ ମଧ୍ୟ ସାଗରିକାଙ୍କୁ ଭଲ ପାଉଥିଲେ। ଗତ ୧୩ ତାରିଖରେ ସିପୁନ ଓ ତାଙ୍କ ସାଙ୍ଗ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସିଂହପୁର ଗାଁର ପିକୁ ଓରଫ ଭାନୁପ୍ରତାପ ସାମଲ୍ ବ୍ରାହ୍ମଣୀ କୂଳରେ ଭୋଜି କରୁଥିଲେ। ଠିକ୍ ଏତିକି ବେଳେ ସେଠାରେ ପହଞ୍ଚିଲେ ସାଗରିକା। ଆଉ ତାଙ୍କୁ ମାମୁ ଘରେ ଛାଡ଼ି ଦେବାକୁ କହିଥିଲେ।
ପ୍ରେମିକା କଥାରେ ରାଜି ହୋଇ ସିପୁନ ଓ ତାଙ୍କ ସାଥୀ ପିକୁ ଏକ ବୋଲେରୋରେ ନେଇଯାଇଥିଲେ। ତେବେ ରାସ୍ତାରେ ସାଗରିକାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ଦେଇଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସାଗରିକା ଚେତା ହରାଇ ପଡ଼ିଲେ। ଏହାର ସୁଯୋଗ ନେଇ ସାଗରିକାଙ୍କୁ ତାଙ୍କ ପ୍ରେମିକ ଓ ତାଙ୍ଗ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ତା’ପର ଦିନ ଅର୍ଥାତ ୧୪ ତାରିଖରେ ସାଗରିକା ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା କହିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ପକ୍ଷରେ ଅପହରଣରେ ବ୍ୟବହାର ହୋଇଥିବା ବୋଲେରୋକୁ ମଧ୍ୟ ପୁଲିସ ଜବତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)