/odishatv-khabar/media/post_attachments/uploadimage/library/16_9/16_9_0/Rape_outlookindia_630_630_571_855_1626689544.jpg)
girl
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ।
Advertisment
ସୂଚନା ଅନୁସାରେ, ଜାନୁଆରୀ ୫ ତାରିଖରେ ନାବାଳିକା ଜଣକ ଗାଁ ନିକଟରେ ଥିବା ନାଳରେ ଗାଧୋଉଥିବା ବେଳେ ଅଲେଖ ଓ ସନ୍ତୋଷ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ଜାନୁଆରୀ ୭ ତାରିଖରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ମୁତାବକ ପୁଲିସ୍ ଅଲେଖ ଓ ସନ୍ତୋଷଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା। ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ଅଲେଖ ଓ ସନ୍ତୋଷ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେମାନଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)