Advertisment

ନାବାଳିକାଙ୍କୁ ୩ ମାସ ଧରି ଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଅଟକ

ଭଦ୍ରକ  : ଥମୁନି ଦୁଷ୍କର୍ମ ଝଡ଼ । ନାବାଳିକାଙ୍କୁ ଅଶ୍ଳିଳ ଭିଡିଓ ଦେଖାଇ ୩ ମାସ ଧରି ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ସାମନାକୁ ଆସିଛି ଭଦ୍ରକ ଧୂଷୁରୀ ଥାନା ଅଞ୍ଚଳରେ।  ଅଭିଯୋଗ ଅନୁସାରେ, ବିଚିତ୍ର ମାଝୀ ନାମକ ଜଣେ ବ୍ୟକ୍ତି ପଡୋଶୀ ଘର ନାବାଳିକାଙ୍କୁ ତିନି ମାସ ତଳେ ପ୍ରେମ ନିବେଦନ କରିଥିଲେ। ତେବେ ଏହାକୁ ନାବାଳିକା ମନା କରିବା ପରେ ସଂପୃକ୍ତ ଯୁବକ ନାବାଳିକାଙ୍କ ସହ ଜୋରଜବରଦସ୍ତ କରିବା ସହ ତାଙ୍କ ଘରକୁ ଯାଇ […]

author-image
Pradesh Pratyush
ନାବାଳିକାଙ୍କୁ ୩ ମାସ ଧରି ଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଅଟକ

accused

ଭଦ୍ରକ  : ଥମୁନି ଦୁଷ୍କର୍ମ ଝଡ଼ । ନାବାଳିକାଙ୍କୁ ଅଶ୍ଳିଳ ଭିଡିଓ ଦେଖାଇ ୩ ମାସ ଧରି ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ସାମନାକୁ ଆସିଛି ଭଦ୍ରକ ଧୂଷୁରୀ ଥାନା ଅଞ୍ଚଳରେ।  ଅଭିଯୋଗ ଅନୁସାରେ, ବିଚିତ୍ର ମାଝୀ ନାମକ ଜଣେ ବ୍ୟକ୍ତି ପଡୋଶୀ ଘର ନାବାଳିକାଙ୍କୁ ତିନି ମାସ ତଳେ ପ୍ରେମ ନିବେଦନ କରିଥିଲେ। ତେବେ ଏହାକୁ ନାବାଳିକା ମନା କରିବା ପରେ ସଂପୃକ୍ତ ଯୁବକ ନାବାଳିକାଙ୍କ ସହ ଜୋରଜବରଦସ୍ତ କରିବା ସହ ତାଙ୍କ ଘରକୁ ଯାଇ ଗାଳି ଗୁଲଜ କରିଥିଲେ।

Advertisment

ଏମିତିକି ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରି ସେ ରେକର୍ଡ କରିଥିବା ଅଶ୍ଳିଳ ଭିଡିଓକୁ ଦେଖାଇ ବ୍ଲାକ ମେଲ୍ କରିଥିଲେ । ଏନେଇ ଘରେ କାହାକୁ କହିଲେ ଜୀବନରେ ମାରିଦେବା ନେଇ ଧମକ ଦେଇଥିଲେ । ଯୁବତୀଙ୍କୁ ଅଶ୍ଳିଳ ଭିଡିଓ ଦେଖାଇ ଗତ ତିନି ମାସ ଧରି ଯୁବକ ଜଣଙ୍କ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଘରେ କହିବା ପରେ ପରିବାର ଲୋକ ଯୁବକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିଥିଲେ।

ତେବେ ଏଥିରେ ଉତକ୍ଷିପ୍ତ ହୋଇ ଯୁବକଙ୍କ ଦୁଇ ଭାଇ ନାବାଳିକାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ତାଙ୍କ ଦୁଇଭାଇଙ୍କୁ ଅଟକ ରଖିଛି।

Advertisment
Advertisment
Advertisment