/odishatv-khabar/media/post_attachments/uploadimage/library/16_9/16_9_0/t7_1626849085.jpg)
t7
ଫୁଲବାଣୀ: କନ୍ଧମାଳର ଦାରିଙ୍ଗବାଡ଼ିରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍। କଟାବାଡ଼ି ଗାଁ ଜଙ୍ଗଲର ଏକ ପଥର ଖୋଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲା ରିତେଶ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ହେବ।
Advertisment
ସେ ଗତ ୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବ ଶତ୍ରୁତାରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କଟାବାଡ଼ି ଗାଁର ୨ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଦୁଇ ଅଭିଯୁକ୍ତ ହେଲେ ମୀନକେତନ ପ୍ରଧାନ ଓ ଶ୍ୟାମସନ ପ୍ରଧାନ । ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)